ନୂଆପଡା: ଜିଲ୍ଲାର ଖଡ଼ିଆଳ ଏନଏସି ପକ୍ଷରୁ ଘରଘର ବୁଲି କୋରୋନା ସର୍ଭେ ଆରମ୍ଭ ହୋଇଯାଇଛି । ସର୍ଭେ କାର୍ଯ୍ୟରେ ଅଙ୍ଗନବାଡି, ଆଶାକର୍ମୀ, ସ୍ୱେଚ୍ଛାସେବୀ ଓ ଏନଏସି କର୍ମଚାରୀ ସାମିଲ ରହିଛନ୍ତି । ଏହି ସର୍ଭେ ଦଳ ଖଡ଼ିଆଳ ଏନଏସିର ପ୍ରତ୍ୟେକ ୱାଡ଼କୁ ଯାଇ ଘରଘର ବୁଲି ଘର ମୁଖିଆଙ୍କ ଠାରୁ ସ୍ବାସ୍ଥ୍ୟ ସମ୍ୱନ୍ଧୀୟ ତାଲିକା ପ୍ରସ୍ତୁତ କରୁଛନ୍ତି । ଯେଉଁ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ନାହିଁ, ଆଗାମୀ ଦିନରେ ତାଙ୍କର ସ୍ୱାବ ପରୀକ୍ଷା ପାଇଁ ପଠା ହେବ ବୋଲି ଜଣାପଡିଛି ।
ନୂଆପଡାରେ ଘର ଘର ବୁଲି କୋରୋନା ସର୍ଭେ ଅଭିଯାନ ଆରମ୍ଭ - କୋରୋନା ସର୍ଭେ
ଜିଲ୍ଲାକୁ କୋରୋନା ମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି କୋରୋନା ସର୍ଭେ ଅଭିଯାନ । ଏଥିରେ 4ଟି ଦଳ ସାମିଲ ରହିଛନ୍ତି । ଅଧିକ ପଢନ୍ତୁ...

ନୂଆପଡାରେ ଆରମ୍ଭ ହେଲା ଘର ଘର ବୁଲି କୋରୋନା ସର୍ଭେ ଅଭିଯାନ
ନୂଆପଡାରେ ଆରମ୍ଭ ହେଲା ଘର ଘର ବୁଲି କୋରୋନା ସର୍ଭେ ଅଭିଯାନ
ଏହାଦ୍ୱାରା ଖଡ଼ିଆଳ ଏନଏସିରେ ବାସ କରୁଥିବା ଲୋକଙ୍କୁ ସରକାର ସହଜରେ ଚିକିତ୍ସା ସେବା ଯୋଗାଇ ଦେବା ସହ କୋରୋନା ମୁକ୍ତ ସହର ହେବ ବୋଲି କୁହାଯାଉଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ
Last Updated : Jun 28, 2020, 1:47 PM IST