ଓଡିଶା

odisha

ETV Bharat / state

କୋରୋନା ଲଢେଇ: ମାଗଣା ମାସ୍କ ଓ ସାବୁନ ବାଣ୍ଟିଲେ ଯୁବ ସ୍ବେଚ୍ଛାସେବୀ

କୋରୋନା ଲଢେଇ ସାମିଲ ହେଲେ ଯୁବ ସ୍ବେଚ୍ଛାସେବୀ ସୁଶାନ୍ତ କୁମାର ବିଶି । ସେ ନୂଆପଡା ଜିଲ୍ଲା ନେହେନା ଗ୍ରାମପଞ୍ଚାୟତର ତୋର୍ଲି ଗ୍ରାମରେ ପିଲାଠୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ମାସ୍କ ଓ ସାବୁଣ ବଣ୍ଟନ କରିଛନ୍ତି । ତାଙ୍କର ଏଭଳି ସ୍ବେଚ୍ଛାକୃତ କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରୁଛନ୍ତି ।

By

Published : Apr 17, 2020, 5:20 PM IST

Corona Fight: Young volunteers share free masks and soap
କୋରୋନା ଲଢେଇ: ମାଗଣା ମାସ୍କ ଓ ସାବୁନ ବାଣ୍ଟିଲେ ଯୁବ ସ୍ବେଚ୍ଛାସେବୀ

ନୂଆପଡା: ମହାମାରୀ କୋରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଲେ ଯୁବ ସ୍ବେଚ୍ଛାସେବୀ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ନେହେନା ଗ୍ରାମର ଯୁବ ସ୍ବେଚ୍ଛାସେବୀ ସୁଶାନ୍ତ କୁମାର ବିଶି । ସେ କୋରୋନା ପ୍ରତିହତ ପାଇଁ ନେହେନା ଗ୍ରାମପଞ୍ଚାୟତର ତୋର୍ଲି ଗ୍ରାମରେ ଘର ଘର ବୁଲି ପିଲାଠୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣାରେ ମାକ୍ସ ଓ ସାବୁନ ବଣ୍ଟନ କରିଛନ୍ତି । ଆଗକୁ ସେ ନେହେନା, ଚିଚେର, ବିଛଣାପାଲି ଗାଁରେ ମଧ୍ୟ ମାସ୍କ ଓ ସାବୁନ ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି ।

ମହାମାରୀ କୋଭିଡ-19 ବିଶ୍ୱ ବ୍ୟାପି ତାଣ୍ଡବ ରଚିଥିବାବେଳେ, ଏହାର ପ୍ରଭାବ ଭାରତରେ ମଧ୍ୟ ପଡିଛି । ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଏପରି ବିପଦ ସମୟରେ ନେହେନା ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ଜୀବନକୁ ସୁରକ୍ଷା କରିବା ଉଦ୍ଦେଶ୍ୟରେ ଏକ ଛୋଟ ପ୍ରୟାସ ସ୍ୱରୂପ ମାକ୍ସ ଓ ସାବୁନ ବଣ୍ଟନ କରୁଥିବା କୁହନ୍ତି ସ୍ବେଚ୍ଛାସେବୀ ସୁଶାନ୍ତ ବିଶି ।

କୋରୋନା ଲଢେଇ: ମାଗଣା ମାସ୍କ ଓ ସାବୁନ ବାଣ୍ଟିଲେ ଯୁବ ସ୍ବେଚ୍ଛାସେବୀ

ଅପରପକ୍ଷେ ତାଙ୍କର ଏଭଳି ସ୍ବେଚ୍ଛାକୃତ ମନୋଭାବକୁ ତୋର୍ଲି ଗାଁ ଲୋକେ ପ୍ରଶଂସା କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details