ଓଡିଶା

odisha

ETV Bharat / state

ରାଜ୍ୟ ସରକାରଙ୍କ ସ୍କୁଲବନ୍ଦ ନିଷ୍ପତ୍ତିକୁ ନୂଆପଡାରେ ବିରୋଧ - ନୂଆପଡାରେ କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ

ରାଜ୍ୟ ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ନୂଆପଡାରେ ବିରୋଧ । ଏନେଇ ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ବଦାଳନ୍ତୁ ବୋଲି ଦାବି । ଅଧିକ ପଢନ୍ତୁ...

ରାଜ୍ୟସରାକରଙ୍କ ସ୍କୁଲବନ୍ଦ ନିଷ୍ପତ୍ତିକୁ ନୂଆପଡାରେ ବିରୋଧ
ରାଜ୍ୟସରାକରଙ୍କ ସ୍କୁଲବନ୍ଦ ନିଷ୍ପତ୍ତିକୁ ନୂଆପଡାରେ ବିରୋଧ

By

Published : Nov 23, 2020, 7:50 PM IST

Updated : Nov 23, 2020, 8:23 PM IST

ନୂଆପଡା: ରାଜ୍ୟ ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଆଜି(ସୋମବାର) ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ। ରାଜ୍ୟ ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି କୋମଳମତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଧିକାର ଆଇନକୁ ଖୁଲମଖୁଲା ଉଲଙ୍ଘନ କରୁଛି ବୋଲି ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି ।

ରାଜ୍ୟ ସରକାରଙ୍କ ସ୍କୁଲବନ୍ଦ ନିଷ୍ପତ୍ତିକୁ ନୂଆପଡାରେ ବିରୋଧ

ଏଭଳି କରିବା ଦ୍ୱାରା ବଣ ପାହାଡ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ରହିବେ । ଯାହାଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ ବୋଲି ନୂଆପଡା ଜିଲ୍ଲା ଦଳିତ ଅଧିକାର ମଞ୍ଚ ଅଭିଯୋଗ କରିଛି । ରାଜ୍ୟ ସରକାର ତୁରନ୍ତ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ ନଚେତ ରାଜ୍ୟବ୍ୟାପି ଆନ୍ଦୋଳନ ତୀବ୍ର ହେବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି । ଏନେଇ ନୂଆପଡା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅପରପକ୍ଷେ ସରକାର ପ୍ରଥମ ପଦକ୍ଷେପରେ 270 ଗୋଟି ବିଦ୍ୟାଳୟକୁ ବନ୍ଦକରି ନିକଟତମ ବିଦ୍ୟାଳୟରେ ସାମିଲ କରିବା ନିଷ୍ପତ୍ତି ନେଇଥିଲେ । ପରେ ପୁନଶ୍ଚ ବିଚାର କରି 156 ଗୋଟି ବିଦ୍ୟାଳୟକୁ ବନ୍ଦ କରିବା ପଦକ୍ଷେପ ନେଇଛନ୍ତି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Nov 23, 2020, 8:23 PM IST

ABOUT THE AUTHOR

...view details