ଓଡିଶା

odisha

ETV Bharat / state

ଜୀବନ ଯୁଦ୍ଧରେ କଅଁଳ ଯୋଦ୍ଧାଙ୍କ ସଂଘର୍ଷ - nuapada

ପୃଷ୍ଟିକର ସୁଷମ ଖାଦ୍ୟ ଖାଇ ସେହ୍ନ ଓ ଶ୍ରଦ୍ଧାର ସହ ଛାଇତଳେ ବସି ପାଠପଢିବା ବୟସରେ ପ୍ରଚଣ୍ଡ ଖରାରେ ବଞ୍ଚିବାର ରାହା ଖୋଜୁଛନ୍ତି 2 ନାବାଳକ ହେମରାଜ ରାଉତ(୧୪)ଏବଂ ତୁଳାରାମ ରାଉତ(୧୦) । ଏହି ଦୁଇ ନାବାଳକଙ୍କ ବାପା ଗୁନଧର ରାଉତ ଓ ମାଆ ଧାନେ ରାଉତ ଏମାନଙ୍କୁ ଏକୁଟିଆ ଘରେ ଛାଡିଦେଇ ଦାଦନ ଖଟିବାକୁ ସୁଦୂର ହାଇଦ୍ରାବାଦକୁ ଯାଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

By

Published : Apr 21, 2019, 3:10 PM IST

ନୂଆପଡା: ସମାଜର ଅବହେଳିତ ନାବାଳକ ଶିଶୁ ମାନଙ୍କୁ ଉଦ୍ଧାର କରି ସରକାର ସୁରକ୍ଷା ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ବାସ୍ତବରେ ଶିଶୁମାନଙ୍କ ସୁରକ୍ଷା ଦିଗରେ ସରକାରୀ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ସମୀକ୍ଷା କରିବା ପାଇଁ କାହାରି ଦୃଷ୍ଟିନାହିଁ । ଯାହାଫଳରେ ଗ୍ରାମାଞ୍ଚଳର ଶିଶୁମାନଙ୍କ ଅବସ୍ଥା ଅତିଶୋଚନୀୟ ହୋଇପଡିଛି । ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ ୧୧୫ କିଲୋମିଟର ଦୂରତା କୋଟାମାଲ ଗାଁ ଡୁଙ୍ଗରିପଡାରେ ଏପରି ଏକ ଘଟଣାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା
ପୃଷ୍ଟିକର ସୁଷମ ଖାଦ୍ୟ ଖାଇ ସେହ୍ନ ଓ ଶ୍ରଦ୍ଦାର ସହ ଛାଇତଳେ ବସି ପାଠପଢିବା ବୟସରେ ପ୍ରଚଣ୍ଡ ଖରାରେ ବଞ୍ଚିବାର ରାହା ଖୋଜୁଛନ୍ତି 2 ନାବାଳକ ହେମରାଜ ରାଉତ(୧୪)ଏବଂ ତୁଳାରାମ ରାଉତ(୧୦) । ଏହି ଦୁଇ ନାବାଳକଙ୍କ ବାପା ଗୁନଧର ରାଉତ ଓ ମାଆ ଧାନେ ରାଉତ ଏମାନଙ୍କୁ ଏକୁଟିଆ ଘରେ ଛାଡିଦେଇ ଦାଦନ ଖଟିବାକୁ ସୁଦୂର ହାଇଦ୍ରାବାଦକୁ ଯାଇଛନ୍ତି । ଫଳରେ ମାଟିଛପର ଭଙ୍ଗା ଦଦରା କୁଡିଆ ଘରେ ଦୁର୍ବିସହ ଜୀବନ ବିତାଉଛନ୍ତି ଦୁଇ ବାଳକ ।

ଏମାନେ ପ୍ରତିଦିନ ୬ ଟି ମେଣ୍ଢାପଲର ଯତ୍ନନେଇ ଜଗୁଆଳି କାମକରୁଛନ୍ତି । ବେଳାଏ ଖାଇଲେ ବେଳାଏ ଭୋକିଲା ରହି ଶୋଇଯାଉଛନ୍ତି । ଏହା ସହ ମେଣ୍ଢାପଲ ଧରି ପ୍ରତିଦିନ ବଣପାହାଡ ଅଞ୍ଚଳକୁ ଯାଇ ଖଜୁରୀ, ଚାହାଁର, କେନ୍ଦୁ ଖାଇବାସହ ଝରଣାର ପାଣିପିଇ ଶୋଷ ମେଣ୍ଟାଉଥିବା ସେମାନେ କହିଛନ୍ତି ।

ସେପଟେ ଦାଦନଶ୍ରମିକଙ୍କ ପିଲାମାନେ ମାଗଣାରେ ପାଠପଢିବା ସହ ଋତୁକାଳୀନ ଆବାସିକ ବିଦ୍ୟାଳୟରେ ରହିବା ପାଇଁ ସରକାର ବ୍ୟବସ୍ଥା କରିଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଏମାନେ ସେ ସୁବିଧାରୁ ବଞ୍ଚିତ ଥିବା କୁହାଯାଉଛି । ଅନ୍ୟପଟେ ଏନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଦୁଇ ନାବାଳକଙ୍କୁ ଉଦ୍ଧାର କରି ଋତୁକାଳୀନ ଆବାସିକ ବିଦ୍ୟାଳୟରେ ରଖିବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ABOUT THE AUTHOR

...view details