ଓଡିଶା

odisha

ETV Bharat / state

କୋରୋନା କଟକଣା ମଧ୍ୟରେ ଛତର ଯାତ୍ରା ଶେଷ - chhatar yatra finished in nuapada

କୋଭିଡ କଟକଣା ମଧ୍ୟରେ ଶେଷ ହୋଇଛି ପ୍ରସିଦ୍ଧ ଛତରା ଯାତ୍ରା । କଟକଣା ପାଇଁ ଚଳିତ ବର୍ଷ ଯାତ୍ରା ଫିକା ପଡିଥିବା ଶ୍ରଦ୍ଧାଳୁ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

chhatar yatra finished in nuapada
କୋରୋନା କଟକଣା ମଧ୍ୟରେ ଛତର ଯାତ୍ରା ଶେଷ

By

Published : Oct 27, 2020, 12:50 PM IST

ନୂଆପଡ଼ା: କୋଭିଡ କଟକଣା ମଧ୍ୟରେ ସରିଲା ପ୍ରସିଦ୍ଧ ଛତର ଯାତ୍ରା । ନୂଆପଡ଼ା ଜିଲ୍ଲା ବନ ପାହାଡ଼ ଘେରା ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଦେଓଦରା ଗ୍ରାମ ଠାରେ ମହାମାରୀ କୋଭିଡ ନିୟମକୁ ପାଳନ କରି ମଙ୍ଗଳବାର ଅଧିଷ୍ଠାତ୍ରୀ ଦେବୀ ଇନ୍ଦ୍ରାଦି ମା'ଙ୍କ ଛତରା ଯାତ୍ରା ସଂପନ୍ନ ହୋଇଯାଇଛି । 24 ଗାଁର ବାସିନ୍ଦା ମିଳିତ ହୋଇ ଦେବୀ ମା'ଙ୍କ ପୂଜାର୍ଚ୍ଚନା କରିଛନ୍ତି ।

କୋରୋନା କଟକଣା ମଧ୍ୟରେ ଛତର ଯାତ୍ରା ଶେଷ

ସର୍ବ ପ୍ରଥମେ ଉପକାଗଙ୍ଗା ସ୍ଥିତ ମାଟି ଘର ଠାରେ ମାଟି ଦେବତାଙ୍କୁ ପୂଜାର୍ଚ୍ଚନା କରିବା ପରେ ଡୁମାଗୁଡ଼ିଆ ଠାରେ ସିନ୍ଦ୍ରାଦି, ଝାରୁଗୁଡୁ, ଗୁରମେଲବୁଢ଼ୀ ଆଦିମାତାଙ୍କୁ ପୂଜାକରି ବୋଦା ବଳି ଦେଇଛନ୍ତି ଝାଙ୍କର ଗାଁ ଲୋକେ । ପରେ ଇନ୍ଦ୍ରାଦି ମାଁଙ୍କ ପୀଠ ଦେଓଦରା ଗ୍ରାମ ଠାରେ ଯଥା ରୀତିନୀତି ଅନୁଯାୟୀ ଛତର ଯାତ୍ରା ଆରମ୍ଭ ହୋଇ ଶେଷ ହୋଇଯାଇଛି । କୋରୋନା କଟକଣା ମଧ୍ୟରେ ସ୍ବଳ୍ପ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଗହଣରେ ଛତର ଯାତ୍ରା ପାଳିତ ହୋଇଥିଲା । ଦେବୀ ମା 24 ଟି ଗାଁର ଶ୍ରଦ୍ଧାଳୁଙ୍କ ଠାରୁ ପୂଜା ପାଇବା ସହ ବୋଦା ବଳୀ ପାଇଛନ୍ତି । ରକ୍ତ ରଞ୍ଜିତ ଦେଓଦରା ମାଟିରେ ମନସ୍କାମନା ଧାରୀ ଶ୍ରଦ୍ଧାଳୁ ଅଦିଆ ପଡି ମା'ଙ୍କ ଶରଣ ଯାଇଛନ୍ତି ।

ଦେବୀ ମା ଦୁଃଖୀଙ୍କ ଦୁଃଖ ହରଣ କରନ୍ତି, ନିଃସନ୍ତାନଙ୍କୁ ସନ୍ତାନ ପ୍ରାପ୍ତି କରନ୍ତି ଓ ଗରିବଙ୍କୁ ଧନ ସମ୍ପତ୍ତି ପ୍ରଦାନ କରନ୍ତି ବୋଲି ସ୍ଥାନୀୟ ଲୋକଙ୍କ ପ୍ରଗାଢ ବିଶ୍ବାସ ରହିଛି । ତେବେ ଚଳିତ ବର୍ଷ କୋରୋନା କଟକଣା ପାଇଁ ଦେବୀ ମା'ଙ୍କ ଛତର ଯାତ୍ରା ଫିକା ଫିକା ଲାଗିଥିବା ଶ୍ରଦ୍ଧାଳୁ ପ୍ରକାଶ କରିଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details