ଓଡିଶା

odisha

ETV Bharat / state

ରକ୍ତ ରଞ୍ଜିତ ହେଲା ସୁନାଦେଇଙ୍କ ଛତର ଯାତ୍ରା - ରକ୍ତ ରଞ୍ଜିତ ହେଲା ସୁନାଦେଇଙ୍କ ପୀଠ

ନୂଆପଡା ଜିଲ୍ଲା ମାଓବାଦୀଙ୍କ ପେଣ୍ଠସ୍ଥଳୀ କୁହାଯାଉଥିବା ସୁନାବେଡା ଅଭୟାରଣ୍ୟ ନିଘଞ୍ଚ ନିକାଞ୍ଚନ ଘୋର ଅରଣ୍ୟ ପର୍ବତମାଳାରେ ଅଧିଷ୍ଠାତ୍ରୀ ଦେବୀ ମା’ ସୁନାଦେଇଙ୍କ ଛତର ଯାତ୍ରା ସମ୍ପନ୍ନ ହୋଇଯାଇଛି। ଅଧିକ ଖବର ପଢନ୍ତୁ...

ରକ୍ତ ରଞ୍ଜିତ ହେଲା ସୁନାଦେଇଙ୍କ ଛତର ଯାତ୍ରା

By

Published : Oct 14, 2019, 6:36 PM IST

ନୂଆପଡା: ଧୂପଦୀପ, ପାରମ୍ପରିକ ବାଦ୍ୟରେ କମ୍ପୁଛି ସାରା ପରିବେଶ । ବେକରେ ମନ୍ଦାର ମାଳ, ହାତରେ ଢୋଲ ନିଶାନ । ଏହି ବାଦ୍ୟର ତାଳେତାଳେ ନାଚକରୁଛନ୍ତି ସମସ୍ତେ । ଏପରିକି ଶରୀରରକୁ କଷ୍ଟ ଦେଇ ଭକ୍ତ ନିଜକୁ ସମର୍ପି ଦେଇଛି ଇଷ୍ଟ ଦେବୀଙ୍କ ପାଖରେ । ସୁଉଚ୍ଚ ନୀଳ ପର୍ବତମାଳ ଛାତିରେ ଚକୋଟିଆ ଭୁ଼ଞ୍ଜିଆ ପହରିଆ ସମ୍ପ୍ରଦାୟର ଅଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ଛତର ଯାତ୍ରା ସମ୍ପନ୍ନ ହୋଇଯାଇଛି ।

ରକ୍ତ ରଞ୍ଜିତ ହେଲା ସୁନାଦେଇଙ୍କ ଛତର ଯାତ୍ରା

ଛତର ଯାତ୍ରାକୁ ଦେଖିବା ପାଇଁ ଓଡିଶା ସମେତ ଛତିଶଗଡ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ଦେଖାଦେଇଛି । ଛତର ଯାତ୍ରା ଦିନ ମା' ଙ୍କୁ ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଶ୍ରଦ୍ଧାଳୁଙ୍କ ଯୁଗେଯୁଗେ ବିଶ୍ଵାସ ରହିଛି ।

ମାନସିକ ପୂରଣ ପାଇଁ ବୋଦାବଳୀରେ ରକ୍ତରଞ୍ଜିତ ହୋଇଯାଇଛି ଏହି ପୀଠ । ମାଓବାଦୀଙ୍କ ବନ୍ଧୁକ ମୁନକୁ ଖାତିରି ନକରି 3 ହଜାର ବର୍ଗଫୁଟ ଉଚ୍ଚ ପର୍ବତମାଳା ଚଢି ମା' ଙ୍କ ଚରଣରେ ଅଧିଆ ପଡିଛନ୍ତି ଆବାଳ ବୃଦ୍ଧବନିତା । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟି ଆଗରେ ରଖି ବ୍ୟାପକ CRPF, SOG, DVF ଯବାନ ମୁତୟନ କରାଯାଇଥିଲା ।

ପରମ୍ପରା ଅନୁଯାୟୀ ଛତର ଯାତ୍ରା ଆରମ୍ଭ ପୂର୍ବରୁ ଆଶ୍ଵିନ ମାସ ଆମାବାସ୍ୟା ଦିନଠାରୁ ମା' ଙ୍କ ଆହ୍ଵାନ ପାଇଁ ପୀଠରେ ଅଖଣ୍ଡ ଦୀପ ପ୍ରଜ୍ଜଳନ କରାଯାଏ । ଦୀପ ପ୍ରଜ୍ଜଳନ ଏବଂ ନିଷି ପୂଜା କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁ ରହିଥାଏ । ଏହାପରେ 84 ଗୋଟି ଟିକ୍ରୀରୁ ଗୌତିଆ ସେବକ ମାନଙ୍କୁ ନିମନ୍ତ୍ରଣ କରାଯାଏ ।

ବାଜା ବାଲା, ବାଡିବାଲା, ଚ୍ଛତ୍ରିଆ, ଶିରାଚାଳିଶା ଆଦି ମୁଖ୍ୟ ସେବକ ମାନେ ମା'ଙ୍କ ଛତର ଯାତ୍ରା ଆୟୋଜନ କରିଥାନ୍ତି । ଏହାପରେ ଛତର ଦେହରେ ମା’ ଆବିର୍ଭାବ ହୋଇ 84 ଗୋଟି ଟିକ୍ରିକୁ ପରିଭ୍ରମଣ କରନ୍ତି । ସାମ୍ପ୍ରତିକ ସରକାର ବଳିପ୍ରଥାକୁ ନିଷେଧ କରିଥିବାବେଳେ କାହିଁ କେଉଁ ଆବାହାନ କାଳରୁ ବଳୀ ପ୍ରଥା ସୁନାଦେଇ ପୀଠରେ ବଳବତ୍ତର ରହିଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ABOUT THE AUTHOR

...view details