ଓଡିଶା

odisha

By

Published : Jun 14, 2023, 8:47 AM IST

ETV Bharat / state

ଦିନିକିଆ ଗସ୍ତ ସାରି ଫେରିଲେ ବିଶ୍ବେଶର ଟୁଡୁ, ମହାଜନସମ୍ପର୍କ ଅଭିଯାନରେ ଦେଲେ ଯୋଗ

ଦିନିକିଆ ନୂଆପଡା ଗସ୍ତ ସାରି ଫେରିଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶର ଟୁଡୁ। ମହାଜନସମ୍ପର୍କ ଅଭିଯାନରେ ଯୋଗଦେଇ ବିଶାଳ ଜନ ସଭାକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

ଦିନିକିଆ ଗସ୍ତ ସାରି ଫେରିଲେ କେନ୍ଦ୍ରମନ୍ତ୍ରୀ
ଦିନିକିଆ ଗସ୍ତ ସାରି ଫେରିଲେ କେନ୍ଦ୍ରମନ୍ତ୍ରୀ

ଦିନିକିଆ ଗସ୍ତ ସାରି ଫେରିଲେ କେନ୍ଦ୍ରମନ୍ତ୍ରୀ

ନୂଆପଡା: ଦିନିକିଆ ନୂଆପଡା ଗସ୍ତରେ ଆସିଥିଲେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶର ଟୁଡୁ । ଏହି ଅବସରରେ ସେ ମହା ଜନସମ୍ପର୍କ ଅଭିଯାନ ଓ ବିକାଶ ତୀର୍ଥ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଯାଇଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ସହ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଜିଲ୍ଲା ପରିକ୍ରମା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ନବମ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନ ଜାରି ରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକାଶ, ତୀର୍ଥ, ସେବା, ସୁଶାସନ, ଗରିବ କଲ୍ୟାଣ ସମାବେଶ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।

ସର୍ବପ୍ରଥମେ ନୂଆପଡାର ଖରିଆର ରୋଡ଼ ରେଳ ଷ୍ଟେସନ ପରିସରରେ ପହଞ୍ଚି ବିକାଶ ତୀର୍ଥ କାର୍ଯ୍ୟକ୍ରମରେ ଯୋଗଦେଇ ବିଷଦ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ପରେ ଖରିଆର ରୋଡ଼ ଅଗ୍ରସେନ ଭବନ ଠାରେ ଆୟୋଜିତ ମହାଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ବିଶାଳ ଜନ ସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନବମ ବର୍ଷ ପୂର୍ତ୍ତି କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ସେ ବର୍ଣ୍ଣନା କରିଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସେବା ଓ ଶାସନ ସମ୍ପର୍କରେ ବଖାଣିଥିଲେ ।

ଏହାସହ ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ, କିଷାନ ନିଧି ଯୋଜନା , ଶୁଦ୍ଧମୁକ୍ତ ଋଣ, ପ୍ରଧାନମନ୍ତ୍ରୀ ସଡକ ଯୋଜନା, 501 ଟାୱାର, 101 ପୋଷ୍ଟ ଅଫିସର ରୂପାନ୍ତରିତ ,ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଗରିବଙ୍କ ପାଇଁ ମାଗଣା ଚାଉଳ, ଘରଘର ବିଜୁଳି ଯୋଗାଣ, ଚାଷ ଜମିକୁ ଜଳସେଚନ,ପିଇବାକୁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତଥା ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ଭଳି ଜନକଲ୍ୟାଣକାରୀ ଯୋଜନା ଭାରତ ସରକାର କରିଥିବା ସେ କହିଛନ୍ତି । ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ସୁଶାସନର ବାର୍ତ୍ତା ଦେବାକୁ ନୂଆପଡା ଜିଲ୍ଲା ଗସ୍ତ କରିଥିବା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ବିଶ୍ବେଶର ଟୁଡୁ ।


ଏହି ଅବସରରେ ନୂଆପଡାର ଖରିଆର ରୋଡ଼, ଖଡ଼ିଆଳ, ବୋଡେନ, କୋମନା, ସିନାପାଲି ଠାରେ ଆୟୋଜିତ ମହାଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ସରକାରଙ୍କ ସଫଳତା ସମ୍ପର୍କରେ ବଖାଣିଛନ୍ତି। କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁଙ୍କ ଗସ୍ତ କାଳରେ ଭାରତୀୟ ଜନତା ପାର୍ଟିର ଦଳୀୟ ନେତା ଓ କର୍ମୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଅପରପକ୍ଷେ, 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ପ୍ରଭାବିତ କରିବା ସହ ଭାରତ ସରକାରଙ୍କ ସଫଳତାର ସୋପାନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଅଭିଯାନ କରାଯାଉଥିବା ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details