ଓଡିଶା

odisha

ETV Bharat / state

ନୂଆପଡାରେ ଜିଲ୍ଲାପରିଷଦ ପାଇଁ ଚାଲିଛି ଭୋଟ ଗ୍ରହଣ - nuapada by election

ନୂଆପଡା ଜିଲ୍ଲା 2 ନମ୍ବର ଜିଲ୍ଲା ପରିଷଦ ଜୋନ ସମେତ ଜିଲ୍ଲାର 3 ଗୋଟି ଗ୍ରାମ ପଞ୍ଚାୟତରେ ଆଜି ସକାଳ 7 ଟା ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ ନିୟମକୁ କଡାକଡି ପାଳନ କରାଯାଇଥିବା ବେଳେ କଡା ସୁରକ୍ଷାବଳରେ ଭୋଟ ଗ୍ରହଣ ହୋଇଯାଇଛି ।

ନୂଆପଡାରେ ଜିଲ୍ଲାପରିଷଦ ପାଇଁ ଚାଲିଛି ଭୋଟ ଗ୍ରହଣ
ନୂଆପଡାରେ ଜିଲ୍ଲାପରିଷଦ ପାଇଁ ଚାଲିଛି ଭୋଟ ଗ୍ରହଣ

By

Published : Feb 24, 2021, 10:48 AM IST

ନୂଆପଡା: ନୂଆପଡା ଜିଲ୍ଲା 2 ନମ୍ବର ଜିଲ୍ଲା ପରିଷଦ ଜୋନ ସମେତ ଜିଲ୍ଲାର 3 ଗୋଟି ଗ୍ରାମ ପଞ୍ଚାୟତରେ ଆଜି ସକାଳ 7 ଟା ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ କୋଭିଡ ନିୟମକୁ କଡାକଡି ପାଳନ କରାଯାଇଥିବା ବେଳେ କଡା ସୁରକ୍ଷାବଳରେ ଭୋଟ ଗ୍ରହଣ ହୋଇଯାଇଛି ।

ନୂଆପଡାରେ ଜିଲ୍ଲାପରିଷଦ ପାଇଁ ଚାଲିଛି ଭୋଟ ଗ୍ରହଣ

ଜିଲ୍ଲା ପରିଷଦ ଜୋନ 2ରେ ବିଜୁ ଜନତା ଦଳ ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ, କଂଗ୍ରେସ ପ୍ରାର୍ଥୀ କାଞ୍ଚନ ଶବର ଏବଂ ବିଜେପି ପ୍ରାର୍ଥୀ ଗୌରୀଶଙ୍କର ପଣ୍ଡା ମଧ୍ୟରେ କଡା ଟକ୍କର ଥିବା ଜଣାପଡିଛି । ସେହିଭଳି ସିନାପାଲି ଗ୍ରାମପଞ୍ଚାୟତ ସରପଞ୍ଚ, କାଣ୍ଡେତରା ସେମିତି ସଭ୍ୟ, ରାନିମୁଣ୍ଡା ସମିତି ସଭ୍ୟ ପଦବୀ ପାଇଁ ପ୍ରାର୍ଥୀ ମାନେ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ଆୟୋଜିତ ସାନି ନିର୍ବାଚନରେ ଜିଲ୍ଲାବ୍ୟାପୀ 172 ଗୋଟି ବୁଥ ଥିବାବେଳେ, 41 ସମ୍ବେଦନଶୀଳ ଏବଂ 3 ଗୋଟି ମାଓ ପ୍ରବଣ ବୁଥ୍‌ ଥିବା ଜଣାପଡିଛି । ନିର୍ବାଚନ ପରିଚାଳନା ପାଇଁ 600 କର୍ମଚାରୀ ନିୟୋଜିତ ରହିଛନ୍ତି । ନିର୍ବାଚନ ଭୋଟ ଗ୍ରହଣ 12 ଘଣ୍ଟା ସମୟରେ ଶେଷ ହେବାକୁ ଥିବାବେଳେ, ହାତୀ କାହାମୁଣ୍ଡରେ କଳସ ଢାଳିବ ତାହା ଭୋଟ ଗଣତି ଶେଷ ପରେ ଜଣାପଡିବ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details