ଓଡିଶା

odisha

ETV Bharat / state

ମା' ଡୁକରୀବୁଢୀଙ୍କ ବୁଏଲ ଯାତ୍ରା ସମ୍ପନ୍ନ, ଲୁହା କଣ୍ଟା ନିର୍ମିତ ଦୋଳିରେ ଶକ୍ତି ପ୍ରଦର୍ଶନ - ରକ୍ତ ରଞ୍ଜିତ ଡୁକରୀବୁଢୀଙ୍କ ପୀଠ

ମା' ଡୁକରିବୁଢ଼ୀଙ୍କ ବୁଏଲ ଯାତ୍ରା ସମ୍ପନ୍ନ ହୋଇଛି । ଏହି ପ୍ରସିଦ୍ଧ ଯାତ୍ରା ଦେଖିବାକୁ ଦୂରଦୁରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଅଧିକ ପଢନ୍ତୁ

buel jatra at dukribuddhi temple
ଶେଷ ହେଲା ମା ଡୁକରୀବୁଢୀଙ୍କ ବୁଏଲ ଯାତ୍ରା

By ETV Bharat Odisha Team

Published : Oct 22, 2023, 10:48 PM IST

Updated : Oct 22, 2023, 11:11 PM IST

ଶେଷ ହେଲା ମା ଡୁକରୀବୁଢୀଙ୍କ ବୁଏଲ ଯାତ୍ରା

ନୂଆପଡ଼ା: ଡୁଆଝର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ଡୁକରିବୁଢ଼ୀଙ୍କ ବୁଏଲ ଯାତ୍ରା ସମ୍ପନ୍ନ ହୋଇଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ଯଥା ରୀତିନୀତିରେ ମା'ଙ୍କ ପୂଜାର୍ଚ୍ଚନା କରାଯାଇଛି । ପୂର୍ବାହ୍ନରେ ମା'ଙ୍କ ନବନିର୍ମିତ ମନ୍ଦିର ଗର୍ଭଗୃହରେ ଥିବା ଜେନାଖାଳରେ ଗାଁଝାଙ୍କର(ପୂଜକ) ନିଶି ପୂଜା କରି ମା'ଙ୍କୁ ଆହ୍ବାନ କରିଛନ୍ତି । ପରେ କାଳିସୀ ଦେହରେ ଦେବୀ ମା' ପ୍ରକଟ ହୋଇ ଲକ୍ଷାଧିକ ମାନସିକ ଧାରୀଙ୍କ ଗୁହାରି ଶୁଣିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଲୁହା କଣ୍ଟାରେ ନିର୍ମିତ ଦୋଳିରେ ଝୁଲି ଶକ୍ତି ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି ।

ଆଜିର ଦିନରେ ମା'ଙ୍କ ଦର୍ଶନ ପାଇଁ ଡୁଆଝର ଗ୍ରାମକୁ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଛୁଟିଥିଲା । କେଉଁ ଆବାହମାନ କାଳରୁ ମା' ଡୁକୁରିବୁଢ଼ୀ ଓ ମା' କନ୍ଦାଦିଏନ ଦେବୀ ସୁଦୂର ଛତିଶଗଡ଼ ରାଜ୍ୟ ବସ୍ତର ଜିଲ୍ଲାର ଡୁକୁରି ଡଙ୍ଗର ପାହାଡରୁ ଡୁଆଝର ଗାଁକୁ ଆସିଥିବା ନେଇ ଲୋକକଥା ରହିଛି । ଦେବୀ ଆସି ଡୁଆଝର ଗାଁରେ ବାସ କରିବା ପରେ 'ଡୁଆଝର ଗାଁ'ର ନାମକରଣ ହୋଇଥିବା କୁହାଯାଏ । କାଳକ୍ରମେ ଡୁଆଝର ଏକ ଛୋଟ ଗାଁରୁ ବଡ଼ ଗାଁରେ ପରିଣତ ହୋଇଛି । ତେବେ ଏଠାକାର ଗ୍ରାମବାସୀଙ୍କୁ ମା' ସୁରକ୍ଷା ଦେଉଥିବା ନେଇ ବିଶ୍ବାସ ରହିଛି । ମା' ଦୁଃଖହାରିଣୀ,ପୁତ୍ର ସନ୍ତାନ ଦାୟିନୀ, ସମ୍ପତ୍ତି ଦାୟିନୀ ବୋଲି ଲୋକଙ୍କ ହୃଦୟରେ ଅଗାଢ଼ ବିଶ୍ବାସ ରହିଆସିଛି ।

ଏହା ବି ପଢନ୍ତୁ...Durga Puja Special: 300 ବର୍ଷର ପୁରାତନ ମା’ ବଙ୍କବାସୁଳୀ ପୀଠ, ଦେବୀଙ୍କ ଉପାସନା କରନ୍ତି ହିନ୍ଦୁ-ମୁସଲିମ

ପ୍ରତିବର୍ଷ ଦଶହରା ଅଷ୍ଟମୀ ତିଥିରେ ଦେବୀ ମା' ଡୁକୁରିବୁଢ଼ୀଙ୍କ ବୁଏଲ ଯାତ୍ରା ହୋଇଥାଏ । ଏହି ବୁଏଲ ଯାତ୍ରା କେଉଁ ଆବାହନ କାଳରୁ ପିଢ଼ି ପରେ ପିଢ଼ି ପାଳନ କରିଆସୁଛନ୍ତି । ବୁଏଲ ଯାତ୍ରା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଜନ ସମାବେଶ ଦେଖିବାକୁ ମିଳେ । ମାନସିକ ଧାରୀଙ୍କ ମାନସିକ ପୂରଣ ହେଲେ ପ୍ରତିବର୍ଷ ମହାଷ୍ଟମୀରେ ମାଆଙ୍କୁ ବୋଦାବଳୀ ଦେଇ ସନ୍ତୁଷ୍ଟ କରିଥାନ୍ତି । ଆଜି ମା'ଙ୍କ ପୀଠ ରକ୍ତ ରଞ୍ଜିତ ହୋଇପଡିଥିଲା ।

ରାତି ତମାମ ମା' ଘରଘର ବୁଲି ବନ୍ଧା ପଣା ଖାଇବାର ପରମ୍ପରା ରହିଛି । ମାଆଙ୍କ ବୁଏଲ ଯାତ୍ରାରେ ଶାନ୍ତି ଶୃଙ୍ଖଳା ପାଇଁ ଖଡ଼ିଆଳ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ଗାଁ ର ଯୁବକମାନେ ସ୍ବେଚ୍ଛାକୃତ ଭାବରେ ଲୋକଙ୍କୁ ସାହାଯ୍ୟ କରିବା ସହିତ ମାଗଣାରେ ପିଇବାପାଣିରୁ ଆରମ୍ଭ କରି ପ୍ରସାଦ ସେବନର ବ୍ୟବସ୍ଥା କରିଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

Last Updated : Oct 22, 2023, 11:11 PM IST

ABOUT THE AUTHOR

...view details