ଓଡିଶା

odisha

ETV Bharat / state

ସ୍ବଳ୍ପ ବର୍ଷାରେ ବୋଡେନ ବସଷ୍ଟାଣ୍ଡ ଜଳମଗ୍ନ, ନିଷ୍କାସନ ଦିଗରେ ଦୃଷ୍ଟି ଦେଉନି ପ୍ରଶାସନ - ସ୍ବଳ୍ପ ବର୍ଷା

ନୂଆପଡ଼ା ବୋଡେନ ବସଷ୍ଟାଣ୍ଡ ସ୍ବଳ୍ପ ବର୍ଷାରେ ଜଳମଗ୍ନ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଅଧିକ ପଢନ୍ତୁ...

ସ୍ବଳ୍ପ ବର୍ଷାରେ ବୋଡେନ ବସଷ୍ଟାଣ୍ଡ ଜଳମଗ୍ନ, ନିଷ୍କାସନ ଦିଗରେ ଦୃଷ୍ଟି ଦେଉନି ପ୍ରଶାସନ
ସ୍ବଳ୍ପ ବର୍ଷାରେ ବୋଡେନ ବସଷ୍ଟାଣ୍ଡ ଜଳମଗ୍ନ, ନିଷ୍କାସନ ଦିଗରେ ଦୃଷ୍ଟି ଦେଉନି ପ୍ରଶାସନ

By

Published : Jun 12, 2021, 10:30 PM IST

ନୂଆପଡ଼ା: ଜିଲ୍ଲାରେ ଥିବା ବୋଡେନ ବସଷ୍ଟାଣ୍ଡ ଛକ ସ୍ବଳ୍ପ ବର୍ଷାପାଣିରେ ଜଳମଗ୍ନ ହୋଇପଡିଛି । ଏହି ରାସ୍ତା ଦେଇ ବିଡ଼ିଓ, ଜିଲ୍ଲାପାଳ, ତହସିଲଦାର ଯିବା ଆସିବା କରୁଥିଲେ ମଧ୍ୟ ଜଳ ନିଷ୍କାସନ କରିବା ଦିଗରେ କୌଣସି ପଦକ୍ଷେପ ନେଇନଥିବା ଦେଖିବାକୁ ମିଳିଛି ।

ସ୍ବଳ୍ପ ବର୍ଷାରେ ବୋଡେନ ବସଷ୍ଟାଣ୍ଡ ଜଳମଗ୍ନ, ନିଷ୍କାସନ ଦିଗରେ ଦୃଷ୍ଟି ଦେଉନି ପ୍ରଶାସନ

ବୋଡେ଼ନ ବସଷ୍ଟାଣ୍ଡ ଛକରେ ବର୍ଷାପାଣି ଦ୍ବାରା କୃତ୍ରିମ ବନ୍ୟା ସୃଷ୍ଟି କରିବା ଘଟଣା ବର୍ଷେ କି ଦୁଇ ବର୍ଷର ଘଟଣା ନୁହେଁ ଦୀର୍ଘ ବର୍ଷରୁ ଏଭଳି ସମସ୍ୟା ଲାଗି ରହିଛି । ବସଷ୍ଟାଣ୍ଡ ଛକ ବୋଡେ଼ନ ଗ୍ରାମର ମୁଖ୍ୟ 3 କୋଣିଆ ଛକ, ଖଡ଼ିଆଳ ସହରଠାରୁ ସିଧା ଗଲେ ବୋଡେ଼ନ ଛକ, ଆଗକୁ ସିନାପାଲି ରାସ୍ତା ଏବଂ ଡାହାଣକୁ ମୋଡ଼ିଲେ ବୋଡେ଼ନ ଗ୍ରାମ ଓ ବୋଡେ଼ନ ବ୍ଲକ କାର୍ଯ୍ୟାଳୟକୁ ଲମ୍ବିଛି ରାସ୍ତା ।

ଦୀର୍ଘ ବର୍ଷରୁ ଏଠାରେ କୃତ୍ରିମ ଜଳ ଭଣ୍ଡାର ପରି ଦେଖାଦେଇଥାଏ। ନିକଟରେ ବିଦ୍ୟାଳୟ ଲାଗି ରହିଥିବା ବେଳେ ଦୂଷିତ ପାଣି ଡେଇଁ ପିଲାମାନେ ଯାତାୟତ କରୁଛନ୍ତି । ଏହି ରାସ୍ତା ଦେଇ ସରକାରୀ କର୍ମଚାରୀ ଯାଉଥିବା ବେଳେ ଜଳ ନିଷ୍କାସନ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ବୋଡେ଼ନ ମୁଖ୍ୟ ଛକ ଅବସ୍ଥା ଯଦି ଏପରି ତେବେ ଗାଁ ଗଣ୍ଡା ଗଳି ଛକ ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details