ଓଡିଶା

odisha

ETV Bharat / state

ପୋଲିସ ସାମ୍ନାରେ ଅଭିଯୋଗକାରୀଙ୍କ ବାପାଙ୍କୁ ମାଡ, ବ୍ଲକ ଚେୟାରମ୍ୟାନ କୋର୍ଟଚାଲାଣ - ଅଭିଯୋଗକାରୀଙ୍କ ବାପାଙ୍କୁ ମାଡ

ନୂଆପଡାର ଖଡ଼ିଆଳ ବ୍ଲକ ଚେୟାରମ୍ୟାନ ବାଳକୃଷ୍ଣ ଶବର ଖଡ଼ିଆଳଙ୍କୁ ଗିରଫ ପରେ ତୁରନ୍ତ କୋର୍ଟ ଚାଲାଣ କରାଯାଇଛି। ଅଧିକ ପଢନ୍ତୁ..

ପୋଲିସ ସାମ୍ନାରେ ଅଭିଯୋଗକାରୀଙ୍କ ବାପାଙ୍କୁ ମାଡ, ବ୍ଲକ ଚେୟାରମ୍ୟାନ କୋର୍ଟଚାଲାଣ
ପୋଲିସ ସାମ୍ନାରେ ଅଭିଯୋଗକାରୀଙ୍କ ବାପାଙ୍କୁ ମାଡ, ବ୍ଲକ ଚେୟାରମ୍ୟାନ କୋର୍ଟଚାଲାଣ

By

Published : Jan 3, 2020, 5:27 PM IST

ନୂଆପଡା: ନୂଆପଡା ଖଡ଼ିଆଳ ବ୍ଲକ ଚେୟାରମ୍ୟାନ ବାଳକୃଷ୍ଣ ଶବର ଖଡ଼ିଆଳଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏଠାକାର ପୁଟୁପଡା ଅଟୋ ଚାଳକ ସୁନୀଲ ନାଇଡୁ ଏବଂ ଚେୟାରମ୍ୟାନ ବାଳକୃଷ୍ଣ ଶବରଙ୍କ ପୁତୁରା ପୁଲେନ୍ଦୁ ଶବରଙ୍କ ମଧ୍ୟରେ ମାଡପିଟ ହୋଇଥିଲା। ଖବର ପାଇ ଚେୟାରମ୍ୟାନ ଘଟଣାସ୍ଥଳକୁ ଯାଇ ପୁତୁରାର ସପକ୍ଷରେ ଯୁକ୍ତିତର୍କ କରି ଝଗଡାକୁ ପ୍ରୋତ୍ସାହନ ଦେଇଥିଲେ।

ଏହାସହ ଅଟୋଚାଳକ ସୁନିଲ ନାଇଡୁଙ୍କୁ ମାଡ ମାରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ଅଟୋଚାଳକ ସୁନିଲ ନାଇଡୁ ଏବଂ ସନ୍ତୋଷ ନାଇଡୁ ଖଡ଼ିଆଳ ଥାନାରେ ଏନେଇ ଶବର ଏବଂ ତାଙ୍କ ପୁତୁରାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଏ ଘଟଣାରେ ଚେୟାରମ୍ୟାନ ଉତକ୍ଷିପ୍ତ ହୋଇ ଥାନାକୁ ଯାଇ ପୋଲିସ ସାମ୍ନାରେ ଅଟୋଚାଳକ ସୁନିଲ ନାଇଡୁର ବାପା ସନ୍ତୋଷ ନାଇଡୁଙ୍କୁ ଥାନା ଭିତରେ ପୋଲିସ ସମ୍ମୁଖରେ ମାଡ ମାରିଥିଲେ।

ପୋଲିସ ସାମ୍ନାରେ ଅଭିଯୋଗକାରୀଙ୍କ ବାପାଙ୍କୁ ମାଡ, ବ୍ଲକ ଚେୟାରମ୍ୟାନ କୋର୍ଟଚାଲାଣ

ପରେ ପୋଲିସ ବାଳକୃଷ୍ଣ ଶବର ବିରୋଧରେ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ତାଙ୍କୁ ଖଡ଼ିଆଳ ସବ ଜେଲକୁ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଚେୟାରମ୍ୟାନଙ୍କ ଦବଙ୍ଗଗିରି କାରଣରୁ ତାଙ୍କ ନାଁରେ ଏକାଧିକ ମାମଲା ପୂର୍ବରୁ ରହିଥିବା ଖଡ଼ିଆଳ ଆଇଆଇସି କୈଳାଶ ଚନ୍ଦ୍ର ସେଠୀ କହିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ABOUT THE AUTHOR

...view details