ଓଡିଶା

odisha

ETV Bharat / state

ନୂଆପଡା ବିଜେଡିର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ନୂଆପଡା ଜିଲ୍ଲା ସିନାପାଲିରେ ବିଜୁ ଜନତା ଦଳ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ସ୍ବର୍ଗୀୟ ବିଜୁ ପଟ୍ଟନାୟକ ମହିଳା ମାନକୁ ସମ୍ମାନ ଦେଇ 33% ସଂରକ୍ଷଣର ବ୍ୟବସ୍ଥା କରିଥିଲେ । ଅଧିକ ପଢନ୍ତୁ...

By

Published : Mar 8, 2020, 8:58 PM IST

biju-janata-dal-celebrate-international-womens-day-at-nuapada
ନୂଆପଡା ବିଜେଡି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ନୂଆପଡା: ଜିଲ୍ଲାରେ ବିଜୁ ଜନତା ଦଳ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଶତାଧିକ ମହିଳା ଯୋଗଦେଇଥିଲେ ।

ନୂଆପଡା ବିଜେଡି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ନୂଆପଡା ଜିଲ୍ଲା ସିନାପାଲିରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଏହି ଅବସରରେ ଶତାଧିକ ମହିଳାଙ୍କୁ ନେଇ ସ୍ଥାନୀୟ ଯୁଗେନପଦର ଛକ ଠାରୁ କଲେଜ ପଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାରିଥିଲା। ସ୍ବର୍ଗତ ବିଜୁ ପଟ୍ଟନାୟକ ମହିଳା ମାନକୁ ସମ୍ମାନ ଦେଇ 33% ସଂରକ୍ଷଣର ବ୍ୟବସ୍ଥା କରିଥିଲେ । ତାଙ୍କ ସୁପୁତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାକୁ ସମ୍ମାନ ଗାଁକୁ କାମ ସ୍ଲୋଗାନ ଦେଇ ମହିଳାମାନଙ୍କୁ 50 ପ୍ରତିଶତ ରାଜନୀତିରେ ଅଧିକାର ଦେଇଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାଏକ,ମହିଳା ପର୍ଯ୍ୟବେକ୍ଷକ ମାଳତୀ ଗୁରୁ,ବିଜୁ ଜନତା ଦଳ ଜିଲ୍ଲା ସଭାପତି ମନୋଜ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସହ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରକାଶ କରିଥିଲେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details