ଓଡିଶା

odisha

ETV Bharat / state

ବିଛନାପାଲି କ୍ରିକେଟ ଲିଗ : ଫାଇନାଲ ମ୍ୟାଚରେ ଚମ୍ପିଆନ ହେଲା ଗୋଡଧୁଆପଦର କ୍ରିକେଟ ଦଳ - ନୂଆପଡା ଖବର

ମାଁ ଡୁକୁରୀବୁଢ଼ୀ କ୍ରିକେଟ ଆସୋସିଏସନ ପକ୍ଷରୁ ବୀର ବିଛନାପାଲି କ୍ରିକେଟ ଲିଗ 2023ର ଫାଇନାଲ ଖେଳ ରବିବାର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ବିଛନାପାଲି କ୍ରିକେଟ ଲିଗ
ବିଛନାପାଲି କ୍ରିକେଟ ଲିଗ

By

Published : Jan 22, 2023, 10:28 PM IST

ବିଛନାପାଲି କ୍ରିକେଟ ଲିଗ : ଫାଇନାଲ ମ୍ୟାଚରେ ଚମ୍ପିଆନ ହେଲା ଗୋଡଧୁଆପଦର କ୍ରିକେଟ ଦଳ

ନୂଆପଡା:ଜିଲ୍ଲାରେ ନେହେନା ପଞ୍ଚାୟତ ହାଇସ୍କୁଲ ଖେଳ ପଡ଼ିଆଠାରେ ବିଛନାପାଲି କ୍ରିକେଟ ଲିଗ୍‌ 2023 ଅନୁଷ୍ଠିତ ହୋଇଯାଇଛି । ମାଁ ଡୁକୁରୀବୁଢ଼ୀ କ୍ରିକେଟ ଆସୋସିଏସନ ପକ୍ଷରୁ ବୀର ବିଛନାପାଲି କ୍ରିକେଟ ଲିଗ 2023ର ଫାଇନାଲ ଖେଳ ରବିବାର ଅନୁଷ୍ଠିତ ହୋଇଥିଲା । ଏହି ଫାଇନାଲ ମ୍ୟାଚରେ ଗୋଡଧୁଆପଦର କ୍ରିକେଟ ଦଳ ଏବଂ ବିଛନାପାଲି କ୍ରିକେଟ ଦଳ ମୁହାଁମୁହିଁ ହୋଇଥିଲେ । ଗୋଡଧୁଆପଦର କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 12 ଓଭରରେ ୯ ୱିକେଟ ହରାଇ 114 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ବିଛନାପାଲି କ୍ରିକେଟ ଦଳ ୧୧ ଓଭରରେ ୬୮ ରନ କରି ଅଲ ଆଉଟ ହୋଇଥିଲା ।

ଟସ ଜିତି ଗୋଡଧୁଆପଦର କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ଦମଦାର ପ୍ରଦର୍ଶନ କରି ନିର୍ଦ୍ଧାରତ ୧୨ ଓଭରରେ ୧୧୪ ରନ କରିଥିଲା । ବିପକ୍ଷ ଟିମ୍‌ ବିଛନାପାଲି କ୍ରିକେଟ ଦଳ ଆଗରେ ୧୧୫ ରନ ଟାର୍ଗେଟ ରହିଥିଲା । ହେଲେ ଟାର୍ଗେଟ ହାସଲ କରିବାରେ ଅସଫଳ ରହିଥିଲା ବିଛନାପାଲି କ୍ରିକେଟ ଦଳ । ଗୋଡଧୁଆପଦର କ୍ରିକେଟ ଦଳ ଦମଦାର ବ୍ୟାଟିଂ ପରେ ଚମତ୍କାର ବୋଲିଂ କରିଥିଲେ ।

ବିଛନାପାଲି କ୍ରିକେଟ ଦଳର ବ୍ୟାଟର ଗୋଡଧୁଆପଦର କ୍ରିକେଟ ଦଳର ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ । ବିଛନାପାଲି କ୍ରିକେଟ ଦଳର ନିୟମିତ ବ୍ୟବଧାନରେ ୱିକେଟ ପତନ ଘଟିଥିଲା । ଫଳରେ ଟିମର ବ୍ୟାଟିଂ ଲାଇନ ଅପ ଫ୍ଲପ ହୋଇଥିଲା । ଶେଷରେ ବିଛନାପାଲି କ୍ରିକେଟ ଦଳ ୧୧ ଓଭରରେ ୬୮ ରନ୍‌ କରି ଅଲ ଆଉଟ ହୋଇଥିଲା । ଫଳରେ ବିଛନାପାଲି କ୍ରିକେଟ ଦଳ ୪୬ ରନରେ ଗୋଡଧୁଆପଦର କ୍ରିକେଟ ଦଳଠାରୁ ପରାସ୍ତ ହୋଇଥିଲେ । ବିଛନାପାଲି କ୍ରିକେଟ ଲିଗ 2023ର ଫାଇନାଲ ମ୍ୟାଚ୍‌ରେ ବିଛନାପାଲି କ୍ରିକେଟ ଦଳକୁ ପରାସ୍ତ କରି ଗୋଡଧୁଆପଦର କ୍ରିକେଟ ଦଳ ଚମ୍ପିଆନ ହୋଇଛି ।

ଏହି ଲିଗର ଅର୍ଗାନାଇଜିଙ୍ଗ ସେକ୍ରେଟାରୀ ଧନଞ୍ଜୟ ମଲ୍ଲିକ, ପ୍ରେସିଡେଣ୍ଟ ମନୋଜ ସୁନାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଟୁର୍ଣ୍ଣାମେଣ୍ଟରେ 16ଟି କ୍ରିକେଟ ଦଳ ଅଂଶଗ୍ରହଣ କରି ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବରେ ନେହେନା ସରପଞ୍ଚ ଅଶୋକା ଦଣ୍ଡସେନା, ସମିତି ସଭ୍ୟା ଲିଲା ରାଉତରାୟ ,ବିଜୁଜନତା ଦଳ ଟିଟୁ ପାଣ୍ଡେ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details