ଓଡିଶା

odisha

ETV Bharat / state

ମଣିଷ ହାତରୁ ନଡ଼ିଆ ଭୋଗ ଖାଉଛି ଜଙ୍ଗଲୀ ଭାଲୁ - ନୂଆପଡା ମୁଖ୍ୟ ଖବର

ପ୍ରତିଦିନ ଆମେ ମଣିଷ ଓ ବନ୍ୟଜନ୍ତୁ ଲଢେଇର କଥା ଶୁଣୁ କିନ୍ତୁ ଆଜି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ମଣିଷ ହାତରୁ ନଡ଼ିଆ ଭୋଗ ଖାଉଛି ଭାଲୁ । ଏ ଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ଅଧିକ ପଢନ୍ତୁ...

bear took food from man
ମଣିଷ ହାତରୁ ନଡ଼ିଆ ଭୋଗ ଖାଉଛି ଜଙ୍ଗଲି ଭାଲୁ

By

Published : Jan 29, 2021, 8:39 PM IST

ନୂଆପଡା: ପ୍ରତିଦିନ ଆମେ ମଣିଷ ଓ ବନ୍ୟଜନ୍ତୁ ଲଢେଇର କଥା ଶୁଣୁ କିନ୍ତୁ ଆଜି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ମଣିଷ ହାତରୁ ନଡ଼ିଆ ଭୋଗ ଖାଉଛି ଜଙ୍ଗଲି ଭାଲୁ । କଥାଟି ଶୁଣିବାରେ ଅବିଶ୍ବାସ ଲାଗୁଥିଲେ ମଧ୍ୟ ଏହା ସତ । ଏଭଳି ଆଶ୍ଚର୍ଯ୍ୟ ଘଟଣାଟି ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସାଲିହା ଗୋଡଫୁଲା ଗ୍ରାମପଞ୍ଚାୟତକୁ ଲାଗିରହିଥିବା ଛୋ ଛୋଆରୀ ଡୁଙ୍ଗରି ପାହାଡରେ ।

ମଣିଷ ହାତରୁ ନଡ଼ିଆ ଭୋଗ ଖାଉଛି ଜଙ୍ଗଲି ଭାଲୁ

ନୂଆପଡା ବନାଞ୍ଚଳ ଅଧିନସ୍ଥ ଏହି ପାହାଡ଼ ଶୀର୍ଷ ଗୁମ୍ଫା ଭିତରେ ରହିଛି ଇଷ୍ଟଦେବୀ ମାଁ ଛୁଆରୀ ଦେବୀଙ୍କ ଆସ୍ଥାନ। ସ୍ଥାନୀୟ ଲୋକମାନେ ମା’ଙ୍କୁ ସକାଳ ସନ୍ଧ୍ୟା ସମୟରେ ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥାନ୍ତି । ମା’ ଛୁଆରୀ ଦେବୀ ମନସ୍କାମନା ପୂରଣ କରନ୍ତି ବୋଲି ସ୍ଥାନୀୟ ଲୋକଙ୍କ ଯୁଗେ ଯୁଗେ ବିଶ୍ବାସ ରହିଛି । ପ୍ରତିଦିନ ମା’ଙ୍କ ପୂଜା ଆରମ୍ଭ ହେବା ମାତ୍ରେ ଦେଲେ ଜଙ୍ଗଲି ଭାଲୁ ଦେବୀଙ୍କ ପୀଠକୁ ଆସନ୍ତି । କାହାର କିଛି କ୍ଷତି ନ କରି ଶ୍ରଦ୍ଧାଳୁଙ୍କ ହାତରୁ ପ୍ରତିଦିନ ନଡ଼ିଆ ଭୋଗ ଖାଉଥିବା ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ମା’ଙ୍କ କୃପାରୁ ଜଙ୍ଗଲି ଭାଲୁ ଭୋଗ ଖାଇ ଜଙ୍ଗଲ ଭିତରକୁ ଚାଲିଯାଏ । ଏଯାଏଁ କୌଣସି ଲୋକଙ୍କ କ୍ଷତି କରିନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ABOUT THE AUTHOR

...view details