ନୂଆପଡା: ସାରା ରାଜ୍ୟରେ ଲାଗି ରହିଛି ବର୍ଷାର ତାଣ୍ଡବ । ପ୍ରବଳ ବର୍ଷାରେ ବେହାଲ ରାଜ୍ୟର ଅଧିକାଂଶ ଜିଲ୍ଲା । ପ୍ରକୃତିର କୋଳରେ ଦଣ୍ଡାୟମାନ ହୋଇଥିବା ନୂଆପଡା ଜିଲ୍ଲା ମଧ୍ୟ ଲଗାଣ ବର୍ଷାରେ ଜଳମଗ୍ନ ହୋଇପଡିଛି । ଜିଲ୍ଲାର ନୂଆମାଲପଡା ଅଞ୍ଚଳ ଏବେ ବନ୍ୟା ବିତ୍ପାତରେ ଉବୁଟୁବୁ ।
ନୂଆପଡାରେ ବନ୍ୟାର ତାଣ୍ଡବ, ଭାଙ୍ଗିଲା ଘରଦ୍ବାର - ଯୋଗଯୋଗ ବିଭିନ୍ନ
ଲଗାଣ ବର୍ଷାରେ ନୂଆପଡା ଜିଲ୍ଲା ସ୍ଥିତି ଗମ୍ଭୀର ହୋଇପଡିଛି । ଅନେକ ସ୍ଥାନକୁ ବିଚ୍ଛିନ୍ନ ହୋଇଛି ଯୋଗଯୋଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା
ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା
ନୂଆମାଲପଡା ଗାଁ ମୁଖ୍ୟ ରାସ୍ତାରେ 4 ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ଅଖଡାଭଟା ରାସ୍ତା ଧୋଇ ହୋଇଯାଇଛି । ଫଳରେ ଲୋକଙ୍କ ଗମନାଗମନ ଠପ ହୋଇ ପଡିଛି । ବନ୍ୟା ପାଣି ଏତେ ପ୍ରଖର ହୋଇପଡିଛି ଯେ ଖନ୍ଧାପଡା , ଗାଁର ରାମ ସିଂ ବାଗଙ୍କ ସମେତ ଏକାଧିକ ଲୋକଙ୍କ ଘର ଭାଙ୍ଗିଯାଇଛି । ଯଦି ଆଗକୁ ଆହୁରି ବର୍ଷା ଲାଗି ରହେ ତେବେ ପରିସ୍ଥିତି ଆହୁରି ସଂଗୀନ ହେବ ବୋଲି ଆଶଙ୍କା କରାଯାଉଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ