ନୂଆପଡ଼ା:ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହକାରୀ କିରାଣୀ ପ୍ରତିମା ଦାସ । ଚାକିରୀ ରେଗୁଲାର କରାଇଦେବା ନାଁରେ ନେଉଥିଲେ 1୦ ହଜାର ଟଙ୍କା ଲାଞ୍ଚ । ଅତର୍କିତ ଭାବରେ ରେଡ କରି କିରାଣୀଙ୍କୁ କାବୁ କରିଛି ଭିଜିଲାନ୍ସ ।
ସ୍ବାସ୍ଥ୍ୟକର୍ମୀଙ୍କୁ ଚାକିରୀ ରେଗୁଲାର କରାଇଦେବା ନାଁରେ ସହକାରୀ କିରାଣୀ ପ୍ରତିମା 10 ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏହାପରେ ସ୍ବାସ୍ଥ୍ୟକର୍ମୀ ଜଣକ ଅସହମତ ପ୍ରକାଶ କରି ଭିଜଲାନ୍ସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି(ଶନିବାର) ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାମୀ ଶ୍ରୀମନ୍ତ କୁମାର ନାଏକ ନଗଦ 10 ହଜାର ଟଙ୍କା କିରାଣୀଙ୍କୁ ଲାଞ୍ଚ ଦେଉଥିବାବେଳେ ଚଢାଉ କରିଥିଲା ଭିଜିଲାନ୍ସ ।