ଓଡିଶା

odisha

ETV Bharat / state

ଗଣଶିକ୍ଷକ ପାଇଁ ଦାବି କଲେ 'ବିକଳ୍ପ ଅଭିନବ ଶିକ୍ଷା'ର ସ୍ବେଛାସେବୀ ଶିକ୍ଷକ - alteranative innovative education

ନୂଆପଡା ଜିଲ୍ଲାରେ ଛଟେଇ ହୋଇଥିବା 135 ଜଣ AIE ଶିକ୍ଷା ସ୍ବେଛାସେବୀ ଶିକ୍ଷକ ମାନଙ୍କୁ ଗଣଶିକ୍ଷକ ଭାବରେ ନିଯୁକ୍ତି ଦାବି । ଅଧିକ ପଢନ୍ତୁ...

ଗଣଶିକ୍ଷକ ପାଇଁ ଦାବି କଲେ 'ବିକଳ୍ପ ଅଭିନବ ଶିକ୍ଷା'ର ସ୍ବେଛାସେବୀ ଶିକ୍ଷକ
ଗଣଶିକ୍ଷକ ପାଇଁ ଦାବି କଲେ 'ବିକଳ୍ପ ଅଭିନବ ଶିକ୍ଷା'ର ସ୍ବେଛାସେବୀ ଶିକ୍ଷକ

By

Published : Oct 16, 2020, 8:46 PM IST

ନୂଆପଡା: ଜିଲ୍ଲାରେ ଛଟେଇ ହୋଇଥିବା 135 ଜଣ AIE ଶିକ୍ଷା ସ୍ବେଛାସେବୀ ଶିକ୍ଷକ ମାନଙ୍କୁ ଗଣଶିକ୍ଷକ ଭାବରେ ନିଯୁକ୍ତି ଦାବି । ଏନେଇ ନୂଆପଡା ଜିଲ୍ଲାପାଳଙ୍କୁ AIE ଶିକ୍ଷକ ସଂଘ ସାକ୍ଷାତ କରି ଦାବିପତ୍ର ଦେଇଛନ୍ତି ।

ଗଣଶିକ୍ଷକ ପାଇଁ ଦାବି କଲେ 'ବିକଳ୍ପ ଅଭିନବ ଶିକ୍ଷା'ର ସ୍ବେଛାସେବୀ ଶିକ୍ଷକ

ସୂଚନାଥାଉକି 2002/2003 ଶିକ୍ଷା ବର୍ଷ ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ (DPEP)ରେ ବିକଳ୍ପ ଅଭିନବ ଶିକ୍ଷା(AIE) ରାଜ୍ୟ ସରକାରଙ୍କ ଦ୍ଵାରା ନୂଆପଡା ଜିଲ୍ଲାରେ ଆରମ୍ଭ ହୋଇଥିଲା । ଯେଉଁଥିରେ କି 6 ରୁ 14 ବର୍ଷର ଡ୍ରପ ଆଉଟ ଛାତ୍ରଛାତ୍ରୀ EGS, AIE ଶିକ୍ଷା କେନ୍ଦ୍ରରେ ପାଠପଢିବାର ନିୟମ କରିଥିଲେ ସରକାର । ପରବର୍ତ୍ତୀ ସମୟରେ ସରକାର EGS ଶିକ୍ଷକ ମାନଙ୍କୁ ଗଣଶିକ୍ଷକ ମାନ୍ୟତା ଦେଇଛନ୍ତି । କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ବିକଳ୍ପ ଅଭିନବ ଶିକ୍ଷା (AIE) ଶିକ୍ଷକ ମାନଙ୍କୁ ସରକାର ଛଟେଇ କରିଛନ୍ତି ।

ଯାହାକି ବିକଳ୍ପ ଅଭିନବ ଶିକ୍ଷା (AIE) ଶିକ୍ଷକଙ୍କ ପ୍ରତି ଅନ୍ୟାୟ ହୋଇଥିବା ସମସ୍ତ AIE ଶିକ୍ଷକ ଅଭିଯୋଗ କରିଛନ୍ତି । ଏନେଇ ସେମାନେ AIE ଶିକ୍ଷକ ସଂଘ ପକ୍ଷରୁ ତୁରନ୍ତ ଗଣଶିକ୍ଷକ ମାନ୍ୟତା ଦାବି କରି ଶୁକ୍ରବାର ନୂଆପଡା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ , ଇଟିଭି ଭାରତ

ABOUT THE AUTHOR

...view details