ଓଡିଶା

odisha

ETV Bharat / state

ନୂଆପଡାରେ ପୁଣି ଲଜ୍ୟା, ଦୁଷ୍କର୍ମ ପରେ ଅଭିଯୁକ୍ତ ଫେରାର - nuapada rape sace

ଜିଲ୍ଲାର ଖଡିଆଳ ଥାନା ଅଞ୍ଚଳରେ ପୁଣି ଜଣେ 18 ବର୍ଷର ଯୁବତୀ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାରେ ଫେରାର ଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିବା ନେଇ ତଦନ୍ତ ଜାରି ରିଖିଛି । ସମ୍ପୂର୍ଣ୍ଣ ପଢନ୍ତୁ...

ନୂଆପଡାରେ ପୁଣି ଲଜ୍ୟା, ଦୁଷ୍କର୍ମ ପରେ ଅଭିଯୁକ୍ତ ଫେରାର
ନୂଆପଡାରେ ପୁଣି ଲଜ୍ୟା, ଦୁଷ୍କର୍ମ ପରେ ଅଭିଯୁକ୍ତ ଫେରାର

By

Published : Sep 22, 2020, 11:33 AM IST

ନୂଆପଡା: ଜିଲ୍ଲା ଖଡିଆଳ ଥାନା ଅଞ୍ଚଳରେ ଲଜ୍ୟା ଜନକ ଘଟଣା । ଜଣେ ମହିଳା ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଜନ୍ମଦିନ ଉତ୍ସବରେ ଯୋଗଦେବାକୁ ଯାଇଥିବା ଜୈନିକ ଯୁବତୀଙ୍କୁ ବଳ ପ୍ରୟୋଗ କରି ଟେକିନେଇ ଦୁଷ୍କର୍ମ କରି ଫେରାର ହୋଇଯାଇଥିବା ପୀଡିତା ଯୁବତୀ ଖଡ଼ିଆଳ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, 18 ବର୍ଷୀୟା ପୀଡିତା ଯୁବତୀ ସର୍ବସ୍ବ ହରାଇବା ପରେ ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି। ଅଭିଯୁକ୍ତ ଉକ୍ତ ଅଞ୍ଚଳର 24 ବର୍ଷୀୟା ଯୁବକ କେଦାର ଠେଲାକୁ ତୁରନ୍ତ ଗିରଫ କରି ନ୍ୟାୟ ଦେବାକୁ ଦାବିକରିଛନ୍ତି । ନଚେତ ଖଡ଼ିଆଳ ଥାନା ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ପୀଡିତା ଯୁବତୀ ଜଣଙ୍କ ଇଟିଭି ଭାରତ କ୍ୟାମେରା ସମ୍ମୁଖରେ ପ୍ରକାଶ କରିଛନ୍ତି ।

ନୂଆପଡାରେ ପୁଣି ଲଜ୍ୟା, ଦୁଷ୍କର୍ମ ପରେ ଅଭିଯୁକ୍ତ ଫେରାର

ପ୍ରାପ୍ତ ସୂଚନାନୂଯାୟୀ, ଚଳିତ ମାସ 18 ତାରିଖ ଶୁକ୍ରବାର ରାତ୍ରି 8 ଘଣ୍ଟା ସମୟରେ ଘରପାଖ ସମ୍ପର୍କୀୟ ଭଣଜାର ଜନ୍ମଦିନ ଉତ୍ସବରେ ଯୋଗଦେବାକୁ ଯାଇଥିଲେ ପୀଡିତା। ଏହି ସମୟରେ ଅନ୍ଧାର ରାତିର ସୁଯୋଗ ନେଇ ସେହିଗାଁର ଅନିରୁଦ୍ଧ ଠେଲାଙ୍କ 24 ବର୍ଷୀୟ ପୁଅ କେଦାର ଠେଲା ଯୁବତୀଙ୍କୁ ନିକଟସ୍ଥ ସାଗୁଆନ ବୁଦାକୁ ଟେକିନେଇ ବଳପ୍ରୟୋଗ ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଦୁଷ୍କର୍ମପରେ ଘଟଣାକୁ ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଖସି ପଳାଇଛି ଅଭିଯୁକ୍ତ ଯୁବକ । ପରେ ପୀଡିତାଙ୍କ ପରିବାର ଲୋକ ଖଡିଆଳ ଥାନାରେ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ନୂଆପଡା ଆରକ୍ଷୀ ଅଧିକ୍ଷକଙ୍କୁ ପଚାରିବାରୁ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି, ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details