ଓଡିଶା

odisha

ETV Bharat / state

ସ୍କର୍ପିଓ ଧକ୍କାରେ ବାଇକ ଆରୋହୀ ମୃତ, ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଲଚ୍ଛିପୁର ଗାଁଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କର୍ପିଓ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ । କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ । ଅଧକ ପଢନ୍ତୁ...

By

Published : Jun 15, 2020, 6:03 PM IST

ସ୍କର୍ପିଓ ଧକ୍କାରେ ବାଇକ ଆରୋହୀ ମୃତ, ଗାମବାସୀଙ୍କ ରାସ୍ତା ଅବରୋଧ
ସ୍କର୍ପିଓ ଧକ୍କାରେ ବାଇକ ଆରୋହୀ ମୃତ, ଗାମବାସୀଙ୍କ ରାସ୍ତା ଅବରୋଧ

ନୂଆପଡା: ଖଡ଼ିଆଳ ଥାନା ଲଚ୍ଛିପୁର ଗାଁଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କର୍ପିଓ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି । ମୃତ ବାଇକ ଆରୋହୀ ଖଡ଼ିଆଳ ଥାନା ବଡ଼ଦୋହେଲ ଗାଁର ଚନ ସଗରିଆ ବୋଲି ଜଣାପଡିଛି ।

ସ୍କର୍ପିଓ ଧକ୍କାରେ ବାଇକ ଆରୋହୀ ମୃତ, ଗାମବାସୀଙ୍କ ରାସ୍ତା ଅବରୋଧ

ରବିବାର ଖଡ଼ିଆଳ ଭବାନୀପାଟଣା ମୁଖ୍ୟ ରାସ୍ତା ଉପରେ ଏକ ସ୍କର୍ପିଓ ଗାଡି ଦ୍ରୁତ ଗତିରେ ଆସି ବାଇକକୁ ଧକ୍କା ଦେଇଥିଲା । ବାଇକ ଆରୋହୀ ଚନ ସଗରିଆଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ହେଲେ ବୁର୍ଲା ପହଞ୍ଚିବା ପୂର୍ବରୁ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ଖଡ଼ିଆଳ ଭବାନୀପାଟଣା ମୁଖ୍ୟ ରାସ୍ତା ଉପରେ ପଥର ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣା ସ୍ଥଳରେ ଖଡ଼ିଆଳ ପୋଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details