ନୂଆପଡା: କୋମନା ଥାନା 353 ଜାତୀୟ ରାଜପଥ ଘୋଟସର ଛକରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ ଏବଂ ଅନ୍ୟଜଣେ ଗୁରୁତର । ଗୁରୁତରଙ୍କୁ ପ୍ରଥମେ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।
ଟ୍ରକ ଧକ୍କାରେ ସ୍ୱାମୀ ମୃତ, ମୃତ୍ୟୁ ସହ ସଂଗ୍ରାମ କରୁଛି ସ୍ତ୍ରୀ - nuapada accident , 1 death
ନୂଆପଡା ଘୋଟସର ଛକରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ କରୁଛି ମୃତ୍ୟୁ ସହ ସଂଗ୍ରାମ। ଘଟଣାସ୍ଥଳରେ କୋମନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ନୂଆପଡା 353 ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ମୃତକ ବଲାଙ୍ଗୀର ଜ଼ୀଲ୍ଲା କୁଇମୁଣ୍ଡା ଗାଁର ବାସୁଦେବ ହୋଇଥିବା ବେଳେ ଗୁରୁତର ତାଙ୍କ ସ୍ତ୍ରୀ ଉପାସି ବେମାଲ ବୋଲି ଜଣାପଡିଛି । ଉଭୟେ ଏକ ମୋଟର ସାଇକଲ ଯୋଗେ ଘୋଟସର ଗାଁରୁ 353 ଜାତୀୟ ରାଜପଥ ପାର ହେଉଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା । ବିପରୀତ ଦିଗରୁ ଏକ ମାଲ ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ମୋଟର ସାଇକେଲକୁ ଧକ୍କା ଦେବା ଦ୍ବାରା ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀର ମୃତ୍ୟୁ ବେଳେ ସ୍ତ୍ରୀ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଘଟଣାସ୍ଥଳରେ କୋମନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ