ନୂଆପଡା: ଛାତ୍ରଛାତ୍ରୀଙ୍କୁ ସହାୟତାର ହାତ ବଢାଇଲେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ନୂଆପଡା ମହୁଆଭଟା ଗାଁର ଦଶମ ଶ୍ରେଣୀ ଓ ଯୁକ୍ତ ଦୁଇରେ ଅଧ୍ୟୟନ କରିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ବଣ୍ଟନ କଲେ ଶିକ୍ଷା କୀଟ । କିଟ୍ରେ ଆବଶ୍ୟକୀୟ ପାଠ୍ୟ ପୁସ୍ତକ, ଖାତା,କଲମ ,ମାସ୍କ, ସାନିଟାଇଜର ଓ ସାବୁନ ମହଜୁଦ ରହିଛି ।
ଛାତ୍ରଛାତ୍ରୀଙ୍କୁ ଶିକ୍ଷା କିଟ ବଣ୍ଟନ କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ - education kiit
ଛାତ୍ରଛାତ୍ରୀଙ୍କୁ ଶିକ୍ଷା କିଟ ବଣ୍ଟନ କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । କିଟରେ ରହିଛି ଖାତା,କଲମ ,ମାସ୍କ, ସାନିଟାଇଜର ଓ ସାବୁନ । ଅଧିକ ପଢନ୍ତୁ...
ଛାତ୍ରଛାତ୍ରୀଙ୍କୁ ଶିକ୍ଷା କିଟ ବଣ୍ଟନ କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ
ଆଗକୁ ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପାଠ ପଢିବାକୁ ଥିବାବେଳେ, ଏହି କିଟ୍ ସେମାନଙ୍କ କାମରେ ଆସିବ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି । ସେହିଭଳି ମହାମାରୀ କୋଭିଡ19ରୁ ଛାତ୍ରଛାତ୍ରୀ ସୁରକ୍ଷିତ ରହିବା ପାଇଁ ମାସ୍କ, ସାବୁନ ଓ ସାନିଟାଇଜର ବଣ୍ଟନ କରିଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୂଆପଡା ଜିଲ୍ଲା ସଂଯୋଜକ ସୁମନ୍ତ କୁମାର ବେହେରା କହିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ