ଓଡିଶା

odisha

ETV Bharat / state

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ - rapist arrest

ଶୌଚ ପାଇଁ ଯାଇଥିବାବେଳେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏନେଇ ଥାନା ମାମଲା ରୁଜୁ ପରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ ।

A rape accused arrested by khadiala police
ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

By

Published : Dec 22, 2019, 10:56 PM IST

ନୂଆପଡା: ଜିଲ୍ଲାରେ ପୁଣି ଲଜ୍ଜା । ଶୌଚ ପାଇଁ ଯାଇଥିବାବେଳେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ନୂଆପଡା ଖଡିଆଳ ବ୍ଲକ ଝୋଳପଥର ଗାଁରୁ ।

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ସୂଚନାନୁସାରେ, ଝୋଳପଥର ଗାଁର ଜଣେ 18 ବର୍ଷୀୟ ଯୁବତୀ ଶୌଚ ପାଇଁ ଯାଉଥିଲେ । ଏହି ସମୟରେ ସେହି ଗାଁର ଆଶିଷ ମେହେର ନାମକ ଯୁବକ ତାଙ୍କୁ ଟେକି ନେଇ ନିଜ ଦୋକାନ ଘର ସଟର ବନ୍ଦ କରି ଦୁଷ୍କର୍ମ କରିଥିଲା । ତେବେ ଚିତ୍କାର କଲେ ଯୁବତୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । ଏନେଇ ଯୁବତୀ ଜଣଙ୍କ ଖଡିଆଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲାର ତଦନ୍ତ କରିଥିଲା । ଏହା ପରେ ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତ ଆଶିଷ ମେହେରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ପୀଡିତାଙ୍କ ସମ୍ପର୍କୀୟ ନ୍ୟାୟ ଦାବି କରିବା ସହ ଅଭିଯୁକ୍ତକୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details