ଓଡିଶା

odisha

ETV Bharat / state

ଅନାହାରରେ ଭିନ୍ନକ୍ଷମଙ୍କ ମୃତ୍ୟୁ ଅଭିଯୋଗ

ନୂଆପଡ଼ା ଜିଲ୍ଲାରୁ ଆସିଛି ଅନାହାର ମୃତ୍ୟୁ ଅଭିଯୋଗ । 4 ଦିନ ଖାଇବା ନ ପାଇ ଜଣେ ଭିନ୍ନକ୍ଷମଙ୍କ ମୃତ୍ୟୁ ହୋଇଛି ।

By

Published : Jul 9, 2019, 1:19 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ନୂଆପଡ଼ା: ଜିଲ୍ଲା ବୋଡ଼େନ ବ୍ଲକ ସର୍ଗିମୁଣ୍ଡା ଗାଁରେ ଅନାହାର ମୃତ୍ୟୁ ଅଭିଯୋଗ । ଖାଇବାକୁ ନ ପାଇ ଭିନ୍ନକ୍ଷମ ଗୌତମ ବେହେରାଙ୍କ ମୃତ୍ୟୁ ହୋଇଛି। 4 ଦିନ ଧରି ଗୌତମ ଖାଇବାକୁ ପାଇନଥିବା କହିଛନ୍ତି ତାଙ୍କ ଭଉଣୀ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ଗତକାଲି ବିଳମ୍ବିତ ରାତିରେ ଗୌତମଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜିକୁ ଦୀର୍ଘ ବର୍ଷ ହେବେ ଟ୍ରାଏ ସାଇକେଲରେ ଭିକ୍ଷାବୃତ୍ତି କରୁ ପେଟ ପୋଷୁଥିଲେ ଗୌତମ। କିନ୍ତୁ କିଛି ଦିନ ଧରି ତାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ନଥିବାରୁ ସେ ଆଉ ଭିକ୍ଷା ମାଗି ଯାଇପାରିନଥିଲେ । ଫଳରେ ଭାଇ ଭଉଣୀ ଖାଇବାକୁ ପାଇନଥିବା ବେଳେ ଗୌତମଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details