ନୂଆପଡା: ସରକାରଙ୍କ ପ୍ରାଥମିକ ଶିକ୍ଷାର ନଗ୍ନଚିତ୍ର ହାଟରେ ପଡି ଦାଣ୍ଡରେ ଗଡୁଛି । ଇନ୍ଦିରା ଆବାସ ଗୃହରେ ଚାଳିଛି ଗୁଣାତ୍ମକ ଶିକ୍ଷା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ୭୦ ଜଣ ଛାତ୍ରଛାତ୍ରୀଙ୍କୁ ୧୦/୧୫ ବର୍ଗଫୁଟ କୋଠରୀରେ ଚାଳିଛି ପାଠପଢା । ସ୍ଥାନ ଅଭାବରୁ ଖୋଲା ଆକାଶ ତଳେ ପାଠ ପଢାଉଛନ୍ତି ଶିକ୍ଷକ । ଏଭଳି ନଗ୍ନ ଚିତ୍ର ଦେଖାଦେଇଛି ନୂଆପଡା ଜିଲ୍ଲା ଲାଲଗଡ କୁହାଯାଉଥିବା ତାଲାକୋଟ ଗାଁରେ ।
ଜିଲ୍ଲାର ଲାଲଗଡ କୁହାଯାଉଥିବା ତାଲାକୋଟ ଏରିଆର ତାଲାକୋଟ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ । ଏଠାରେ ପ୍ରାଥମିକ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଗାଁର ପୁନୀତରାମ ବନବାସୀ ନାମକ ଜଣେ ବ୍ୟକ୍ତି ବିଦ୍ୟାଳୟକୁ ପୈତୃକ ସମ୍ପତ୍ତି ଦାବିକରି ଜବରଦଖଲ କରିଛନ୍ତି । ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଓ ଶିକ୍ଷକ ପ୍ରବେଶ କଲେ ଧନୁତୀର, ଟାଙ୍ଗିଆ ଓ ଫାର୍ସାଧରି ଆକ୍ରମଣ କରିବାକୁ ଗୋଡାଉଛି ଉକ୍ତ ବ୍ୟକ୍ତି। ଯାହାଫଳରେ ଭୟରେ କେହି ସେଠାକୁ ଯାଉନାହାଁନ୍ତି । ଆଉ କିଛି ବିକଳ୍ପ ନପାଇ ଇନ୍ଦିରାଆବାସ ଗୃହରେ ଚାଲିଛି ପାଠ ପଢା ।