ନୂଆପଡା: ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଗଣମାଧ୍ୟମ ପ୍ରତିନିଧି ଏବଂ ପୋଲିସ ପ୍ରଶାସନର ମିଳିତ ସମନ୍ବିୟ ବୈଠକ ଏସପିଙ୍କ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାର ସାମୁଦ୍ରିକ ସର୍ବାଙ୍ଗୀନ ବିକାଶ ଦିଗରେ ବିଷଦ ଆଲୋଚନା କରାଯାଇଛି । ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗଣମାଧ୍ୟମ ପ୍ରତିନିଧି ଓ ପୋଲିସ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ଏସପି ମନ୍ତବ୍ୟ ରଖିଛନ୍ତି ।
ଗଣମାଧ୍ୟମ ପ୍ରତିନିଧି ଏବଂ ପୋଲିସ ପ୍ରଶାସନର ମିଳିତ ବୈଠକ - ଗଣମାଧ୍ୟମ ପ୍ରତିନିଧି ଏବଂ ପୋଲିସ ପ୍ରଶାସନର ମିଳିତ ବୈଠକ
ନୂଆପଡାରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଗଣମାଧ୍ୟମ ପ୍ରତିନିଧି ଏବଂ ପୋଲିସ ପ୍ରଶାସନର ମିଳିତ ସମନ୍ବିୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଗଣମାଧ୍ୟମ ପ୍ରତିନିଧି ଏବଂ ପୋଲିସ ପ୍ରଶାସନର ମିଳିତ ବୈଠକ
ଗଣମାଧ୍ୟମ ପ୍ରତିନିଧି ଏବଂ ପୋଲିସ ପ୍ରଶାସନର ମିଳିତ ବୈଠକ
ମହାମାରୀ କୋଭିଡ ନିୟନ୍ତ୍ରଣ କିପରି କରାଯାଇ ପାରିବ, କ୍ରାଇମ କଣ୍ଟ୍ରୋଲ ଏବଂ ଆଇନ ଶୃଙ୍ଖଳା ଟ୍ରାଫିକ ନିୟନ୍ତ୍ରଣ ଉପରେ ବୈଠକରେ ଆଲୋଚନା ହୋଇଛି । ସେହିଭଳି ଜିଲ୍ଲାରେ ବାଇକ ଚାଳକମାନେ ହେଲମେଟ ଓ ମାସ୍କ ବ୍ୟବହାର କରିବା, ଦାଦନ ଶ୍ରମିକ ଚାଲାଣ ରୋକିବା, ନାରୀ ନିର୍ଯ୍ୟାତନା, ଶିଶୁ ଶ୍ରମିକ, ଅପହରଣ, ବଧୂ ହତ୍ୟା ଏବଂ ଜୁଆ ସଟା ଭଳି ଅସାମାଜିକ କାର୍ଯ୍ୟକଳାପର କିଭଳି ସମାଧାନ ହୋଇପାରିବ ସେନେଇ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଛି । ଏହାସହ ଗଣମାଧ୍ୟମ ପ୍ରତିନିଧି ଏବଂ ପୋଲିସ ପ୍ରାଶାସନ ସମନ୍ବୟ ରକ୍ଷା କରି କାମ କରିବା ପାଇଁ ଆଲୋଚନା କରାଯାଇଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ
TAGGED:
police press meeting