ଓଡିଶା

odisha

By

Published : Apr 11, 2022, 9:44 PM IST

ETV Bharat / state

ଘୁର୍ଣ୍ଣିଝଡ ଉଡାଇ ନେଲା ଦିବ୍ୟାଙ୍ଗ ମୁହଁରୁ ହସ

ନୂଆପଡା ଜିଲ୍ଲାରେ ରବିବାର ଦ୍ବିପ୍ରହର ସମୟରେ ହଠାତ ଆସି ପହଞ୍ଚିଲା ଘୁର୍ଣ୍ଣିଝଡ । ଏଥିରେ ଖଡ଼ିଆଳ ବ୍ଲକ ଗୋଡ଼ତଲା ଗାଁର ଦିବ୍ୟାଙ୍ଗ ରୋହିତ ମଲ୍ଲିକଙ୍କ ବାସଗୃହକୁ ଛାରଖାର କରିଦେଇଛି । ଅଧିକ ପଢନ୍ତୁ

ଘୁର୍ଣ୍ଣିଝଡ ଉଡାଇ ନେଲା ଦିବ୍ୟାଙ୍ଗ ମୁହଁରୁ ହସ
ଘୁର୍ଣ୍ଣିଝଡ ଉଡାଇ ନେଲା ଦିବ୍ୟାଙ୍ଗ ମୁହଁରୁ ହସ

ନୂଆପଡା: ଜିଲ୍ଲାରେ ରବିବାର ଦ୍ବିପ୍ରହର ସମୟରେ ହଠାତ ଆସି ପହଞ୍ଚିଲା ଘୁର୍ଣ୍ଣିଝଡ । ଏଥିରେ ଖଡ଼ିଆଳ ବ୍ଲକ ଗୋଡ଼ତଲା ଗାଁର ଦିବ୍ୟାଙ୍ଗ ରୋହିତ ମଲ୍ଲିକଙ୍କ ବାସଗୃହକୁ ଛାରଖାର କରିଦେଇଛି । ଦିବ୍ୟାଙ୍ଗ ରୋହିତ ମଲ୍ଲିକ ସ୍ତ୍ରୀ ରାଏବତୀ ମଲ୍ଲିକ ୨ ନାବାଳିକା ଚନ୍ଦ୍ରମୁଖୀ, ଗୁଞ୍ଜନକୁ ନେଇ ଦୁଃଖକଷ୍ଟରେ ତେଲଲୁଣର ସଂସାର କରି ନିଜ ଗାଁ ଗୋଡ଼ତଲାରେ ଚରୁଥିଲେ ।

ଘୁର୍ଣ୍ଣିଝଡ ଉଡାଇ ନେଲା ଦିବ୍ୟାଙ୍ଗ ମୁହଁରୁ ହସ

ପରିବାର ପ୍ରତିପୋଷଣ ପାଇଁ ରୋହିତ ଦାଦନ ଖଟିବାକୁ ବହୁଦିନ ପୂର୍ବେ ଯାଇଥିଲେ । ସେହି ସମୟରେ ଏକ ଦୁର୍ଘଟଣାର ଶିକାର ହୋଇ ରୋହିତ ୨ ଗୋଡ ହରାଇ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି । ଚାଳଛପର ଆଡ଼ବେଷ୍ଟର ଘର କରି ନିଜଗାଁ ଗୋଡ଼ତଲାରେ ଆଶ୍ରୟ ନେଇଥିଲେ ଏହି ପରିବାର । ରବିବାର ପ୍ରବଳ ଘୁର୍ଣ୍ଣିଝଡ ହେବାରୁ ରୋହିତଙ୍କ ବାସଗୃହ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି । ଏବେ ଏହି ଅସହାୟ ପରିବାରଙ୍କୁ ସରକାରୀ ସହାୟତା ସହ ବାସଗୃହ ଯୋଗାଇଦେବା ପାଇଁ ଗାଁ ଲୋକେ ଦାବି କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details