ଓଡିଶା

odisha

ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ - ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକ ମୃତ

ନୂଆପଡା ଜିଲ୍ଲା ଗଣ୍ଡାବାହାଳି ପଞ୍ଚାୟତରେ 11 କେଭି ବିଜୁଳି ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ପ୍ରାଣ ହରାଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

By

Published : Sep 25, 2019, 8:04 AM IST


ନୂଆପଡା: ଜିଲ୍ଲା ଗଣ୍ଡାବାହାଳି ଗ୍ରାମପଞ୍ଚାୟତ ଗମ୍ଭାରୀଗୁଡା ଗାଁରେ ଅଘଟଣ । 11କେଭି ବିଜୁଳି ତାର ସଂସ୍ପର୍ଶରେ ଆସି ଯୁବକ ମୃତ । ବର୍ତ୍ତମାନ ମୃତକଙ୍କ ପରିଚୟ ମିଳି ପାରିନାହିଁ । ଘଟଣାସ୍ଥଳରେ ଏଯାଏଁ କୌଣସି ଅଧିକାରୀ କିମ୍ଵା ପୋଲିସ ପହଞ୍ଚି ନାହିଁନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା


ଗତ ମଙ୍ଗଳବାର ମଧ୍ୟ ରାତ୍ରୀରେ ଗମ୍ଭାରୀଗୁଡା ଗାଁ ନିକଟସ୍ଥ ଇଲେକ୍ଟ୍ରି ଟ୍ରାନ୍ସଫର୍ମର ନିକଟରେ 11 କେଭି ବିଜୁଳି ତାର ଛିଣ୍ଡି ରାସ୍ତା ଉପରେ ପଡିଥିଲା । ସେହି ରାସ୍ତାଦେଇ ଜଣେ ଯୁବକ ସାଇକେଲ ଯୋଗେ କୌଣସି କାମ ପାଇଁ ଯାଉଥିଲେ । ବାଟରେ ସେ ସେହି ଛିଣ୍ଡା ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ପ୍ରାଣ ଚାଲି ଯାଇଥିଲା ।


ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details