ନୂଆପଡା: ନୂଆପଡା ଜିଲ୍ଲା କୋମନା ଥାନା ଦରଲୀପଡା ସେବାଶ୍ରମ ସ୍କୁଲରେ ଘଟିଛି ଅଘଟଣ । ଛାତ୍ର ନିବାସରେ ରହି ପାଠ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ରର ମୃତଦେହ ଆଶ୍ରମ ନିକଟସ୍ଥ ଗଛରେ ଝୁଲୁଥିବା ଦେଖାଦେଇଛି । ମୃତ ଛାତ୍ର ନବମ ଶ୍ରେଣୀର ସୁମନ ଶବର ବୋଲି ଜଣାପଡିଛି ।
କେଉଁ କାରଣରୁ ଛାତ୍ରର ମୃତଦେହ ଗଛରେ ଝୁଲୁଛି ତାର କାରଣ ଅସ୍ପଷ୍ଟ ରହିଥିବାବେଳେ, ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ଖବରପାଇ ଆଜି ନୂଆପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାମଙ୍ଗଳ ଅଧିକାରୀ ତଦନ୍ତ କରି ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ରିପୋର୍ଟ ଦେଇଛନ୍ତି ।