ନୂଆପଡା: ମହାମାରୀ କୋଭିଡ19 ଆଗଧାଡ଼ିର ଯୋଦ୍ଧା ମାନଙ୍କୁ ଦେଶ ସଲାମ କରୁଛି। ସେମାନଙ୍କ ନିଷ୍ଠା ପର କର୍ତ୍ତବ୍ୟ ଆଗରେ ଆମେ ସମସ୍ତେ ଚିର ଋଣୀ । ଜୀବନକୁ ବାଜି ଲଗାଇ ସତର୍କତାର ସହ କୋଭିଡ ପଜିଟିଭ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି।
ଡାକ୍ତର, ମେଡିକାଲ କର୍ମଚାରୀ,ପୋଲିସ ଏମାନେ ହେଉଛନ୍ତି କୋଭିଡ ଆଗଧାଡ଼ିର ଯୋଦ୍ଧା। ରବିବାର ଡାକ୍ତର ମେଡ଼ିକାଲ ଷ୍ଟାଫ ଉପରେ ଭାରତୀୟ ବାୟୁ ସେନା ପକ୍ଷରୁ ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟିକରି ତାଙ୍କୁ ଉତ୍ସାହ ଦେଇଥିବା ବେଳେ,ସୋମବାର ନୂଆପଡା ଜିଲ୍ଲା 99 ୱାରିୟର୍ସ ଯୁବ ସଂଗଠନ ପକ୍ଷରୁ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଏବଂ ମେଡିକାଲ ଷ୍ଟାପଙ୍କ ସାହସ ବଢ଼ାଇଛନ୍ତି। ମୂଲ୍ୟବାନ 10 ଗୋଟି ଡାକ୍ତରୀ କିଟ୍ ପ୍ରଦାନ କରିଛନ୍ତି।