ଓଡିଶା

odisha

By

Published : Nov 2, 2019, 10:46 PM IST

ETV Bharat / state

ନୂଆପଡାରୁ 97 ଦାଦନ ଶ୍ରମିକ ଉଦ୍ଧାର

ଦାଦନ ଖଟିବାକୁ ହାଇଦ୍ରାବାଦ ଯାଉଥିବାବେଳେ ନୂଆପଡା ଖରିଆର ରୋଡ ରେଳ ଷ୍ଟେସନରୁ 97ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ ।

ନୂଆପଡାରୁ 97 ଦାଦନ ଶ୍ରମିକ ଉଦ୍ଧାର

ନୂଆପଡା: ଖଡିଆର ରୋଡ ରେଳ ଷ୍ଟେସନରୁ 97ଜଣ ଦାଦନ ଶ୍ରମିକ ଉଦ୍ଧାର । ଏମାନେ ଦାଦନ ଖଟିବାକୁ ଯାଉଥିବା ବେଳେ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଏମାନଙ୍କ ମଧ୍ୟରେ 46 ଜଣ ପୁରୁଷ, 29 ଜଣ ମହିଳା ଏବଂ 22 ଜଣ ଶିଶୁ ଅଛନ୍ତି ।

ନୂଆପଡାରୁ 97 ଦାଦନ ଶ୍ରମିକ ଉଦ୍ଧାର

ସୂଚନା ଅନୁସାରେ, କଣ୍ଟାବାଞ୍ଜି ଶ୍ରମିକ ସର୍ଦ୍ଦାର ସଞ୍ଜିତ୍ ଖାନ ଏମାନଙ୍କୁ କାମ ଦେବା ଉଦ୍ଦେଶ୍ୟରେ ହାଇଦ୍ରାବାଦ ନେଉଥିଲେ । ଖବର ପାଇ ପୋଲିସ ପହଞ୍ଚି ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରୁ ପୋଲିସକୁ ଚଖ୍‌ମା ଦେଖେଇ ଖସି ଯାଇଥିଲା ସର୍ଦ୍ଦାର । ତେବେ ଉଦ୍ଧାର ଶ୍ରମିକ ମାନେ ବଲାଙ୍ଗୀର ଜିଲ୍ଲାର ମୁରିବାହାଲ, କଣ୍ଟାବାଞ୍ଜି, ଓ ନୂଆପଡା ଜିଲ୍ଲା କୋମନା ବ୍ଲକର ବୋଲି ଜଣାପଡିଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

ABOUT THE AUTHOR

...view details