ନୂଆପଡା:ରାସନ ସାମଗ୍ରୀ ଓ ଭତ୍ତାରୁ ବଞ୍ଚିତ 80 ବର୍ଷିୟା ବୃଦ୍ଧ। ତାଙ୍କ ନାମ ହେଉଛି ସହଦେବ ବିଭାର । ମାସେ କି ଦୁଇମାସ ନୁହେଁ ଦୀର୍ଘ 8 ମାସ ହେବ ତାଙ୍କୁ ଗ୍ରାମପଞ୍ଚାୟତରେ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ନୂଆପଡା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି।
ସୂଚନା ମତେ, 80 ବର୍ଷିୟ ସହଦେଵ ବିଭାର ପ୍ରଥମେ ନୂଆପଡା ଜ଼ିଲ୍ଲାର ଠକପାଲି ଗ୍ରାମପଞ୍ଚାୟତରେ ବାସ କରି ସେଠାରେ ହିଁ ବୃଦ୍ଧଭତ୍ତା,ରାସନ ସାମଗ୍ରୀ ପାଉଥିଲେ । କାଳକ୍ରମେ ବୃଦ୍ଧା ଜଣକ ପେଟ ପାଟଣା ପାଇଁ 8ମାସ ହେବ ବଲାଙ୍ଗୀର ଜ଼ିଲ୍ଲା କୁରୁଆଝେର ଗ୍ରାମପଞ୍ଚାୟତରେ ବାସ କରୁଛନ୍ତି ।