ନୂଆପଡା :ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରୁ ଉଦ୍ଧାର ହେଲେ 52 ଓଡିଆ ଦାଦାନ ଶ୍ରମିକ । ସମସ୍ତ ଉଦ୍ଧାର ଶ୍ରମିକଙ୍କ ଘର ନୂଆପଡା ଅଞ୍ଚଳରେ ବୋଲି ଜଣାପଡିଛି । ଶ୍ରମିକମାନେ ଘରକୁ ଫୋନ କରି ନିର୍ଯାତନା ସମ୍ପର୍କରେ ଜଣାଇବା ସହ ଉଦ୍ଧାର ପାଇଁ ନିବେଦନ କରିଥିଲେ । ପରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଏତଲା କ୍ରମେ ସ୍ଥାନୀୟ ପୋଲିସ ତେଲେଙ୍ଗାନା ପୋଲିସକୁ ସହଯୋଗ ମାଗିଥିଲା । ତେଲେଙ୍ଗାନା ପୋଲିସର ହସ୍ତକ୍ଷେପ ପରେ ସମସ୍ତ 52 ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ନୂଆପଡା ଜିଲ୍ଲା ରୋହେନପଦର ହାତିବନ୍ଧା ଅଞ୍ଚଳର 52 ଜଣ ଦାଦନ ଶ୍ରମିକ କାମ ସନ୍ଧାନରେ ସୁଦୂର ତେଲେଙ୍ଗାନା ରାଜ୍ୟ ସାଙ୍ଗାରେଡି ଜିଲ୍ଲାକୁ ଯାଇଥିଲେ । ସେଠାରେ ଇଟାଭାଟି ମାଲିକଙ୍କ ଦ୍ଵାରା ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଥିଲେ ଶ୍ରମିକ ।ଠେଙ୍ଗାରେ ଉଭୟ ମହିଳା ପୁରୁଷ ଶ୍ରମିକମାନଙ୍କୁ ମାଡ ମାରିବା ସହ ଇଟାଭାଟି ଛାଡି ଚାଲିଆସୁଥିବା ବେଳେ ଭଡାଟିଆ ଗୁଣ୍ଡା ଲଗାଇ ମାଡ ମାରୁଥିଲା ମାଲିକ ।