ଓଡିଶା

odisha

ETV Bharat / state

Athletics Meet: ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା - ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ

ନୂଆପଡା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟର ପଞ୍ଚମ ବାର୍ଷିକ କ୍ରୀଡା ପ୍ରତିଯୋଗିତା କୋଭିଡ କଟକଣା ମଧ୍ୟରେ ପାଳିତ । ଅଧିକ ପଢନ୍ତୁ

4th annual athletics meet of khariar degree womens college
Athletics Meet: ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା

By

Published : Jan 7, 2022, 8:48 PM IST

ଖଡ଼ିଆଳ:ନୂଆପଡା ଜିଲ୍ଲା ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟର ପଞ୍ଚମ ବାର୍ଷିକ କ୍ରୀଡା ପ୍ରତିଯୋଗିତା କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ସଞ୍ଜୟ ଶତପଥୀ ଯୋଗ ଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

Athletics Meet: ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା

ଏହାମଧ୍ୟ ପଢନ୍ତୁ: ଦୁଃଖରେ ଦେବଗୁରୁ ସମ୍ପ୍ରଦାୟ: କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି ଯୁବପିଢି

ସମ୍ମାନିତ ଅତିଥି ଭାବେ ସମାଜସେବୀ ବିନୋଦ କୁମାର ପାଢୀ, ବରିଷ୍ଠ ସାମ୍ବାଦିକ ଅଜିତ ପଣ୍ଡା, ତପନ ରଞ୍ଜନ ଦାସ ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହ ପ୍ରଦାନ କରିଛନ୍ତି। ଖଡ଼ିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପଞ୍ଚମ ବାର୍ଷିକ କ୍ରୀଡା ପ୍ରତିଯୋଗିତା କେବଳ ଛାତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ନୁହେଁ ବରଂ ଏହାଦ୍ବାରା ଛାତ୍ରୀମାନଙ୍କ ଲୁକାୟିତ ପ୍ରତିଭା ବିକଶିତ ହୋଇଥାଏ ।

ବର୍ଷ ତମାମ ଛାତ୍ରୀମାନେ କ୍ଲାସରୁମ୍‌ରେ ଆବଦ୍ଧ ହୋଇ ପାଠ ପଢ଼ିଥାନ୍ତି। ବର୍ଷକୁ ଥରେ କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ଏକ୍ସଟ୍ରା କରିକୋଲାର କାର୍ଯ୍ୟକୁ ମଧ୍ୟ ଗୁରୁତ୍ବ ଦେଇଥାନ୍ତି ବୋଲି ଅଧ୍ୟକ୍ଷା ଲିଜା ଦାସ କହିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details