ନୂଆପଡା: ସିନାପାଲି ବ୍ଲକ ଗଣ୍ଡାବାହେଲି ଗ୍ରାମପଞ୍ଚାୟତରୁ ଆସିଛି ସଙ୍ଗୀନ ଅଭିଯୋଗ । ପିଡିଏସ କିରୋସିନି ହଡପ ହେଉଥିବା ଅଭିଯୋଗ ହୋଇଛି । ମାସେ କି ଦୁଇ ମାସ ନୁହେଁ, 10 ମାସର କିରୋସିନି ହୋଇଛି ହଡପ । ସମୁଦାୟ 34 ହଜାର ଲିଟର କିରୋସିନି କଳାବଜାରୀ ହୋଇଥିବା ଖୋଦ ସରପଞ୍ଚ ଓ ଖାଉଟି ଅଭିଯୋଗ କରିଛନ୍ତି।
ପିଡିଏସ କିରୋସିନି ହଡପ ଅଭିଯୋଗରେ ସପ୍ଲାଏ ଇନ୍ସପେକ୍ଟର ଓ କିରୋସିନି ଡିଲର ମାଲିକ ମିଳିମିଶି ହରିଲୁଟ କରିଥିବା ନିଜେ ଯୋଗାଣ ସହାୟକ ଘାସିରାମ ରାଉତ ଇଟିଭି ଭାରତ କ୍ୟାମେରା ସମ୍ମୁଖରେ ସ୍ପଷ୍ଟ ଖୁଲାସା କରିଛନ୍ତି । ଅପରପକ୍ଷେ ପିଡିଏସ କିରୋସିନି ଘୋଟାଲାରେ ଜଣେ କି ଦୁଇଜଣ ନୁହେଁ ଯୋଗାଣ ସହାୟକ, ସପ୍ଲାଏ ଇନ୍ସପେକ୍ଟର, ଡିଲର ମାଲିକ 3 ଜଣ ମିଶି ଏଭଳି କଳାକନା ବୁଲାଇଥିବା ସରପଞ୍ଚ ସରସ୍ୱତୀ ମେହେର ଅଭିଯୋଗ କରିଛନ୍ତି ।
ଗଣ୍ଡାବାହେଲିରେ 4 ହଜାର ଲିଟର ପିଡିଏସ କିରୋସିନି କଳାବଜାରୀ ଗଣ୍ଡାବାହେଲି ଗ୍ରାମପଞ୍ଚାୟତ ଖାଉଟିଙ୍କ ପାଇଁ ମାସିକ 3 ହଜାର 4 ଶହ ଲିଟର ପିଡିଏସ କିରୋସିନି ମଞ୍ଜୁର କରିଛନ୍ତି ସରକାର । 10 ମାସର କିରୋସିନି ଆଧାରରେ ସମୁଦାୟ 34 ହଜାର ଲିଟର କିରୋସିନି ହଡପ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗଣ୍ଡାବାହେଲି ଗ୍ରାମପଞ୍ଚାୟତ ପକ୍ଷରୁ ଜୁନ 5ରେ ସିନାପାଲି ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିବା ସରପଞ୍ଚ ସରସ୍ୱତୀ ମେହେର ପ୍ରକାଶ କରିଛନ୍ତି ।
ଗତ 2019 ଅଗଷ୍ଟରୁ ଅଦ୍ୟାବଧି 10 ମାସ ହେବ ଗଣ୍ଡାବାହେଲି ଗ୍ରାମପଞ୍ଚାୟତର 1 ହଜାର 3 ଶହ 44 ଜଣ ହିତାଧିକାରୀଙ୍କୁ ପିଡିଏସ କିରୋସିନି ବଣ୍ଟନ କରାଯାଇନାହିଁ । ଏନେଇ ଖାଉଟିମାନେ ଯୋଗାଣ ସହାୟକଙ୍କୁ କିରୋସିନି ମାଗୁଥିବା କିରୋସିନି ମାଗି ଆସୁଥିଲେ ମଧ୍ୟ ଟାଳଟୁଳ ନୀତି ଗ୍ରହଣ କରି ଠକି ଆସୁଛନ୍ତି ଯୋଗାଣ ସହାୟକ ଘାସିରାମ ରାଉତ । ଶେଷରେ ସରପଞ୍ଚ ସରରସ୍ବତୀ ମେହେର ଓ ଗ୍ରାମପଞ୍ଚାୟତ ପିଇଓ ଏସ ବରାଳ ଖାଉଟିଙ୍କ ରାସନକାର୍ଡ ଯାଞ୍ଚ କରିବାପରେ ଘଟଣାଟି ସାମ୍ନାକୁ ଆସିଛି । ଗ୍ରାମପଞ୍ଚାୟତରୁ ଅଭିଯୋଗ ପାଇବା ପରେ ସିନାପାଲି ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ତିନି ଜଣିଆ ତଦନ୍ତକାରୀ ଦଲ ଗ୍ରାମପଞ୍ଚାୟତରେ ତଦନ୍ତ ଆରମ୍ଭ କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ