ଓଡିଶା

odisha

OPSC EXAM: ଓଏଏସ ପରୀକ୍ଷାରେ ନୂଆପଡା ଜିଲ୍ଲାରୁ ୪ ମେଧାବୀ ଯୁବଛାତ୍ରଙ୍କ ସଫଳତା

By

Published : Aug 1, 2023, 9:43 PM IST

OPSC ପରୀକ୍ଷାରେ ନୂଆପଡା ଜିଲ୍ଲାରୁ ୪ ଜଣ ମେଧାବୀ ଯୁବଛାତ୍ରଙ୍କ ସଫଳତା । ଜିଲ୍ଲାରେ ଖୁସିର ମାହୋଲ । ଶୁଭେଚ୍ଛା ଶୁଭକାମନାର ଛୁଟୁଛି ସୁଅ । ଅଧିକ ପଢନ୍ତୁ

OPSC ପରୀକ୍ଷାରେ ନୂଆପଡା ଜିଲ୍ଲାରୁ ୪ ଜଣ ମେଧାବୀ ଯୁବଛାତ୍ରଙ୍କ ସଫଳତା
OPSC ପରୀକ୍ଷାରେ ନୂଆପଡା ଜିଲ୍ଲାରୁ ୪ ଜଣ ମେଧାବୀ ଯୁବଛାତ୍ରଙ୍କ ସଫଳତା

ନୂଆପଡା: ଓଡ଼ିଶା ଲୋକସେବା ଆୟୋଗ OPSC ପରୀକ୍ଷାରେ ନୂଆପଡାରୁ 4ଜଣ ଯୁବକ ସଫଳତା ପାଇଛନ୍ତି । ଏଥିରେ ଖଡ଼ିଆଳ ସହରର ଯୁବ ବ୍ୟବସାୟୀ ଶ୍ରୀଗୋପାଳ ଅଗ୍ରୱାଲ ଓ ସବିତା ରାଣୀ ଅଗ୍ରୱାଲଙ୍କ ପୁଅ ବିକାଶ ଅଗ୍ରୱାଲ 156ରେଙ୍କରେ ପାସ ହୋଇ ସଫଳତା ଅର୍ଜନ କରିଛନ୍ତି । ବିକାଶ ଅଗ୍ରୱାଲ ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ୱର ଓ ହାଇଦ୍ରାବାଦ ଠାରେ ଅଧ୍ୟୟନ କରୁଥିଲେ । ସେହିଭଳି ଖଡ଼ିଆଳ ସହର ସ୍ଥିତ ଲାଲସାହେବ ପଡା ନିବାସୀ ଭଜମନ ତାଣ୍ଡି ଓ ବାସନ୍ତୀ ତାଣ୍ଡିଙ୍କ ପୁଅ ଆର୍ତ୍ତତ୍ରାଣ ତାଣ୍ଡି OPSC ପରୀକ୍ଷାରେ 316 ରେଙ୍କରେ ପାସ କରିଛନ୍ତି । ଆର୍ତ୍ତତ୍ରାଣ କ୍ରମାଗତ ଭାବରେ 3ଥର ପରୀକ୍ଷା ଦେଇ ସଫଳତା ପାଇଛନ୍ତି । ବର୍ତ୍ତମାନ ରାଜ୍ୟ ଅର୍ଥ ବିଭାଗରେ କାର୍ଯ୍ୟରତ ରହିଛନ୍ତି ।

ଏହା ବି ପଢନ୍ତୁ..OPSC Result: ଉପାନ୍ତ ଅଞ୍ଚଳରୁ OAS ଯାତ୍ରା, ୩ନଂ ରାଙ୍କରେ ତେଲକୋଇର ପ୍ରଣବ ରଞ୍ଜନ ସାହୁ

ସେହିଭଳି ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଢଙ୍କସର ଗ୍ରାମର ମିନିକେତନ ବିଶି ଓ ମୋତିମଞ୍ଜରୀ ବିଶିଙ୍କ ପୁଅ ଦିବ୍ୟପ୍ରକାଶ ବିଶି 252ରେଙ୍କ OPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଦିବ୍ୟ ପ୍ରକାଶ ବିଶି ଖଡ଼ିଆଳ ପବ୍ଲିକ ସ୍କୁଲରେ ପ୍ରାଥମିକ ପାଠପଢ଼ା ଆରମ୍ଭକରି ଉଚ୍ଚ ଶିକ୍ଷା ପାଇଁ ବିଶାଖାପାଟଣା ଶ୍ରୀ ଚୈତନ୍ୟ କଲେଜ ଏବଂ ଦୁର୍ଗାପୁର NITରେ ବିଟେକ ଶିକ୍ଷା ଗ୍ରହଣ କରିଛନ୍ତି । ସେହିଭଳି ସିନାପାଲି ବ୍ଲକ କୁଶୁମଜୋର ଗ୍ରାମପଞ୍ଚାୟତ କସେଇପାଣି ଗ୍ରାମର କୁଶଳ ଜ୍ୟୋତି ଓ କୁମାରୀ ଜ୍ୟୋତିଙ୍କ ପୁଅ ଦିଲ୍ଲୀପ କୁମାର ଜ୍ୟୋତି 350 ରେଙ୍କରେ OPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଦିଲ୍ଲୀପ କୁମାର ଜ୍ୟୋତି ଏବେ ସଚିବାଳୟରେ ଫାଇନାସିଆଲ ଡିପାରମେଣ୍ଟର ସେକ୍ସନ ଅଫିସର ଭାବରେ କାର୍ଯ୍ୟରତ ଅଛନ୍ତି ।

ଏହା ବି ପଢନ୍ତୁ.. OAS ପରୀକ୍ଷାରେ 30 ରାଙ୍କ୍‌ରେ ଶ୍ୱେତଲିନା, ‘କୃଷି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ଲକ୍ଷ୍ୟ’

ଏହି ଚାରିଜଣ ଯୁବକଙ୍କ ସଫଳତାକୁ ନେଇ ଜିଲ୍ଲାବାସୀ ବେଶ ଗର୍ବ ଓ ଗୌରବ ଅନୁଭବ କରୁଛନ୍ତି। ଜିଲ୍ଲା ପ୍ରତ୍ୟେକ କୋଣରୁ ଶୁଭେଚ୍ଛାବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି । ଏହି ଚାରିଜଣ ଯୁବକ ଓଡ଼ିଶା ପ୍ରଶାସନିକ ସେବାରେ ନିୟୋଜିତ ରହି ଦେଶ ମାତୃକାର ଯୋଗ୍ୟ ସନ୍ତାନ ଭାବରେ କାମ କରିବେ ବୋଲି ପ୍ରକାଶ କରିଛନ୍ତି । ଆଜି ନୂଆପଡା ଜିଲ୍ଲାବାସୀ ଏହି ସଫଳତା ପାଇଁ ଖୁସି ଜାହିର କରିବା ସହ ଯୁବକମାନଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି । ଆଗମୀ ଦିନରେ ଆହୁରୀ ଅଧିକ ପ୍ରଶାସନିକ ଅଧିକାରୀ ଜିଲ୍ଲାରୁ ବାହାରିବେ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details