ଓଡିଶା

odisha

କାହା ପାଇଁ ସରକାରୀ ଯୋଜନା ? ଭଙ୍ଗା ଘରେ ବିତୁଛି ଜୀବନ, ପ୍ରଶାସନକୁ ଶୁଭୁନି ଲଳିତାଙ୍କ ଡାକ

By

Published : Nov 13, 2021, 10:25 PM IST

ହିତାଧିକାରୀଙ୍କ ପାଇଁ ସାତସପନ ପାଲଟିଛି ସରକାରୀ ଯୋଜନା । ନା ମିଳୁଛି ଘର ନା ମିଳୁଛି ସରକାରଙ୍କ ସୁବିଧା ସୁଯୋଗ । ଭଙ୍ଗା ଦଦରା ଘରେ ବିତୁଛି ଜୀବନ । ପିଲାଟି ଦିନରୁ ବାପାମା ଙ୍କୁ ହରାଇଥିବା ୨୮ ବର୍ଷୀୟ ଯୁବତୀ ଲଳିତା ହରପାଲଙ୍କ ନିକଟରେ ଅପହଞ୍ଚ ସମସ୍ତ ଯୋଜନା । ଅଧିକ ପଢନ୍ତୁ...

Nuapada
ହିତାଧିକାରୀଙ୍କ ପାଇଁ ସାତସପନ ପାଲଟିଛି ସରକାରୀ ଯୋଜନା

ନୂଆପଡା: ପଦାରେ ପଡିଛି ସରକାରୀ ଯୋଜନାର ସତ । ହିତାଧିକାରୀଙ୍କ ପାଇଁ ସାତସପନ ପାଲଟିଛି ସରକାରୀ ଯୋଜନା । ନା ମିଳୁଛି ଘର ନା ମିଳୁଛି ସରକାରଙ୍କ ସୁବିଧା ସୁଯୋଗ। ଭଙ୍ଗା ଦଦରା ଘରେ ବିତୁଛି ଜୀବନ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରାଣୀପୁର ଗ୍ରାମରେ ।

ପିଲାଟି ଦିନରୁ ବାପାମାଙ୍କୁ ହରାଇଥିବା ୨୮ ବର୍ଷୀୟ ଯୁବତୀ ଲଳିତା ହରପାଲଙ୍କ ନିକଟରେ ଅପହଞ୍ଚ ସମସ୍ତ ଯୋଜନା । ଖରା ବର୍ଷା, ଶୀତରେ ଦୁର୍ବିସହ ଜୀବନ ବିତାଉଛନ୍ତି ଲଳିତା । ଭଙ୍ଗାଘରେ ପଡି ରହିଥିବାବେଳେ ମୁଣ୍ଡ ଉପରେ ଆକାଶ ଦେଖାଦେଉଛି । ଓଳିଏ ଖାଇଲେ ଆର ଓଳି ଉପବାସ ରହୁଛନ୍ତି। ଲଳିତାଙ୍କ ମାନସିକ ରୋଗୀ ଭାଇ ବାହାର ରାଜ୍ୟରେ ଖଟୁଛନ୍ତି ଦାଦନ। କେବଳ ରାସନ କାର୍ଡ ଖଣ୍ଡିଏରେ ମାସକୁ 10 କିଲୋଗ୍ରାମ ଚାଉଳ ପାଉଛନ୍ତି ଲଳିତା ।

ହିତାଧିକାରୀଙ୍କ ପାଇଁ ସାତସପନ ପାଲଟିଛି ସରକାରୀ ଯୋଜନା

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର 3 କିଲୋମିଟର ଦୂରତାରେ ଅବସ୍ଥିତ ରାଣିପୁର ଗ୍ରାମ । ଗ୍ରାମର ହରିଜନ ସାହିରେ ବାସ କରନ୍ତି ଅସହାୟ ଅବିବାହିତା 28 ବର୍ଷିୟା ଯୁବତୀ ଲଲିତା ହରପାଲ,ଏବଂ ମାନସିକ ରୋଗୀ ଭାଇ ଡମ୍ବରୁ ଧର ହରପାଲ । ଡମ୍ବରୁଧର ପେଟ ଚାଖଣ୍ଡେ ପାଇଁ ଦୀର୍ଘ ବର୍ଷରୁ ରାଜ୍ୟ ବାହାରେ ଦାଦନ ଖଟୁଛି । ଏପଟେ ରାଣୀପୁର ଗ୍ରାମରେ ଜୀବନ ଜଞ୍ଜାଳରେ ଛନ୍ଦିହୋଇ ଛଟପଟ ହେଉଛି ଲଲିତା । ଭଙ୍ଗା ଘରେ ପଡି ରହିଥିବାବେଳେ,ମୁଣ୍ଡଉପରେ ଆକାଶ ଦେଖାଦେଉଛି । ବେଳେ ଖାଇଲେ ବେଳେ ଉପବାସ ରହୁଛି ଲଲିତା । ଦୁର୍ଭାଗ୍ୟର ବିଷୟ ଲଲିତା ର ଏଭଳି ସ୍ଥିତି କୁ ଦୀର୍ଘ 22ବର୍ଷ ବିତିଯାଇଥିଲେ ସୁଦ୍ଧା ଦୃଷ୍ଟି ପଡ଼ିନାହିଁ ସରକାରୀ ବଡ଼ ବଡ଼ିଆ ବାବୁ ମାନଙ୍କର । ଲଲିତାକୁ ଆବାସ ଗୃହ,ଅନ୍ତୋଦୟ ଯୋଜନାରେ ଜରୁରୀ ହୋଇପଡିଛି ।



ଦୁର୍ଭାଗ୍ୟର ବିଷୟ ଲଲିତାର ଏଭଳି ସ୍ଥିତିକୁ ଦୀର୍ଘ 22ବର୍ଷ ବିତିଯାଇଥିଲେ ମଧ୍ୟ ସରାକାରୀ ବାବୁଙ୍କ ଦୃଷ୍ଟି ପଡ଼ିନାହିଁ । ଲଳିତାକୁ ଆବାସ ଗୃହ, ଅନ୍ତୋଦୟ ଯୋଜନାରେ ସାମିଲ ହେବା ଜରୁରୀ ହୋଇପଡିଛି । ତେବେ ଏ ଭଳି ସ୍ଥିତିରେ ଲଳିତାଙ୍କୁ ସରକାରୀ ବାସଗୃହ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏନେଇ ଇଟିଭି ଭାରତ ଟିମ ଖଡ଼ିଆଳ BDOଙ୍କ ପାଖକୁ ଯାଇ ଲଲିତାର ଦୁଃଖ ଜଣାଇବା ପରେ ଖୁବ ଶୀଘ୍ର ସମସ୍ତ ଯୋଜନାରେ ସାମିଲ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି ସରକାରୀ ବାବୁ।



ସରକାର ବିକାଶର ଡିଣ୍ଡିମ ଦେଉଥିବାବେଳେ,ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଗଲା କୁଆଡେ ? ଏହି ସବୁ ଯୋଜନା ଲଲିତା ଭାଗ୍ୟରେ ନାହିଁକି ? ଯଦିନାହିଁ ତେବେ କାହା ସ୍ୱାର୍ଥରେ ଏହି ସବୁ ଯୋଜନା । ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ ପାଇଁ ଆମ ଇଟିଭି ଭାରତ ଟିମ ଶୁକ୍ରବାର ପହଞ୍ଚି ଥିଲା ରାଣୀପୁର ଗ୍ରାମର ଲଲିତା ପାଖକୁ । ଲଲିତା ସେତେବେଳକୁ ଭୋକର ଜ୍ବାଳାକୁ ଲିଭାଇବା ପାଇଁ ଚୁଲିରେ ନିଆଁ ଲଗାଇ ପାଣି ଗରମ କରୁଥିଲା । କାରଣ ଭୋକ ମେଣ୍ଟାଇବା ପାଇଁ ପାଣି ଛଡା ତା,ପାଖରେ ଆଉ କିଛି ନ ଥିଲା । ସରକାର କେବଳ ରାସନ କାର୍ଡ ଖଣ୍ଡେ ଦେଇଛନ୍ତି ଯେଉଁଥିରେ ମାସକୁ 10 କିଲୋଗ୍ରାମ ଚାଉଳ ମିଳେ । ତାଛଡା ଆଉକିଛି ନାହିଁ ଅଳ୍ପ ଚାଉଳରେ କିଛିଦିନ ଚାଳିବାପରେ ବାକିତକ ଦିନ ସାହି ପଡିଶାରେ ମାଗି ଖାଏ । ବେଳେବେଳେ ପାଣିପିଇ ରହିଯାଏ ବୋଲି ଲଳିତା ପ୍ରକାଶ କରିଛି । ଏହା ପରେ ଆମ ଇଟିଭି ଭାରତ ଟିମ ଖଡ଼ିଆଳ ବିିଡିଓଙ୍କ ପାଖକୁ ଯାଇ ଲଲିତାର ଦୁଃଖ ଜଣାଇଥିଲା । ଖୁବ ଶୀଘ୍ର ଆବାସ ଗୃହ ଏବଂ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବେ ବୋଲି ଖଡ଼ିଆଳ ବିଡିଓ ନାରାୟଣ ସାହୁ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ABOUT THE AUTHOR

...view details