ନୂଆପଡା: ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଲୁଟେରାକୁ ଚକମା ଦେବାକୁ ନୂଆପଡା ପୋଲିସ ମଧ୍ୟ ବେଶ ସଜାଗ ହୋଇଉଠିଛି। ଲୁଟେରାଙ୍କୁ ଧରିବା ପାଇଁ ତିଆରି ହୋଇଛି ସ୍କ୍ବାର୍ଡ ।
ଭିଡିଓ ସୌଜନ୍ୟ : ପ୍ରତିନିଧି,ନୂଆପଡା ପ୍ରାକ୍ତ ସୂଚନା ମତେ ଛତିଶଗଡ଼ ରାଜ୍ୟ ମହାସମୁଦ୍ଦ ଜିଲ୍ଲାର ସାଲିକରାମ ସାହୁ ନାମକ ଯୁବକ ମୋବାଇଲ କିଣିବାକୁ ନୂଆପଡା ଖରିଆରରୋଡ ଆସିଥିଲେ । ମୋବାଇଲ କିଣି ଘରକୁ ଫେରିବା ବେଳେ 2 ଅଚିହ୍ନା ଯୁବକ ଲିଫ୍ଟ ମାଗିଥିଲେ । ଯୁବକଙ୍କୁ ଅଟକାଇ ମୋବାଇଲ ସହ 7 ହଜାର 4ଶହ ଟଙ୍କା ଲୁଟିନେଇଥିଲେ ।
ଘଟଣା ଘଟିବାପରେ ସାଲିକରାମ ଖରିଆରରୋଡ଼ ଜୋଙ୍କ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ନୂଆପଡା ଏସପି ସ୍ମିତ ପି.ପରମାରଙ୍କ ନିର୍ଦେଶରେ 2 ଗୋଟି ସ୍କ୍ବାଡ ଦଳ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ଏହି ଦଳ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରି ଆଜି 2 ଡକାୟତକୁ ଗିରଫ କରିବାସହ 7400 ଟଙ୍କା ଏବଂ ମୋବାଇଲ ଜବତ କରିଛି ।
2 ଡକାୟତ ସ୍ଥାନୀୟ ଅଞ୍ଚଳର ଛୋଟେଲାଲ ସତନାମୀ ଏବଂ ଅର୍ଜୁନ ସତନାମୀ ବୋଲି ନୂଆପଡା ଏସ ଡି ପିଓ ପ୍ରମୋଦ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।
ନୂଆପଡାରୁ ହରିହର ପଟ୍ଟନାୟକ,ଇଟିଭି ଭାରତ