ଓଡିଶା

odisha

ETV Bharat / state

ନୂଆପଡାରେ ବୁଲୁଛନ୍ତି କଲରାପତରିଆ ବାଘ !

ନୂଆପଡା ଜିଲ୍ଲା କୁକୁଡାଟାଲ ନିକଟସ୍ଥ ମୁସୁରୁଙ୍ଗି ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘଙ୍କ ଚାଲିଛି ରାଜ । ଏଠାରେ ଦୁଇଟି ବାଘ ଚଳପ୍ରଚଳ କରୁଥିବା ଦେଖି ସ୍ଥାନୀୟ ଲୋକେ ଭୟରେ ଆତଙ୍କିତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

By

Published : Aug 8, 2019, 10:58 PM IST

ନୂଆପଡା: ଜିଲ୍ଲା କୁକୁଡାଟାଲ ନିକଟସ୍ଥ ମୁସୁରୁଙ୍ଗି ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ଆତଙ୍କ । ଏଠାରେ ଦୁଇଟି ବାଘ ଚଳପ୍ରଚଳ କରୁଥିବା ଦେଖି ସ୍ଥାନୀୟ ଲୋକେ ଭୟରେ ଆତଙ୍କିତ ହୋଇଛନ୍ତି । ଖବର ପାଇ ନୂଆପଡା ବନବିଭାଗ ରେଞ୍ଜର ଅସିତ ଦାସଙ୍କ ନେତୃତ୍ବରେ ଏକ ଟିମ ବାଘ ଆତଙ୍କିତ ଅଞ୍ଚଳକୁ ପହଞ୍ଚିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଏଠାରେ ଲୋକଙ୍କୁ ବୁଝାସୁଝା କରିଲେ ସୁଦ୍ଧା ଅଞ୍ଚଳବାସୀ ବୁଝିବାକୁ ନାରାଜ । ଦିନରାତି ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବନ ବିଭାଗ ନିକଟରେ ଦାବି କରିଛନ୍ତି ସ୍ଥାନୀୟ ଲୋକେ । କାରଣ ଗତ 2017 ମସିହାରେ ନୂଆପଡା ଜିଲ୍ଲା ହଳଦୀ ଗାଁ ଜଙ୍ଗଲରେ ଦିନରେ ଦେଖାଦେଇଥିଲା ବାଘ । ଏହାସହ ରାତିରେ ଛଗନ ପାଣ୍ଡେ ନାମକ 4 ବର୍ଷର ଶିଶୁକୁ ମାଆ କୋଳରେ ଶୋଇଥିବା ଅବସ୍ଥାରେ ବାଘ ଛଡାଇ ନେଇ ଜଙ୍ଗଲରେ ଆହାର କରିଥିଲା ।

ସେହି ପୂର୍ବ ଘଟଣାକୁ ମନେପକାଇ ସ୍ଥାନୀୟ ଲୋକେ ବାଘ ନାମ ଶୁଣିଲେ ଭୟରେ ଥରି ଉଠୁଛନ୍ତି । 2017 ମସିହାରେ ସେତେବେଳେ ବନବିଭାଗ ବାଘକୁ ଧରିବା ପାଇଁ ଅପରେସନ ଜୋରଦାର କରିଥିଲା । ଏବଂ ଯନ୍ତା ସାହାଯ୍ୟରେ 2ଟି ବାଘକୁ ଧରି ନନ୍ଦନ କାନନକୁ ପଠାଇଥିଲା । ଏବେ ପୁଣି ବାଘ ଦେଖି ଲୋକଙ୍କ ଆଖିରୁ ନିଦ ହଜିଯାଇଛି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details