ଓଡିଶା

odisha

ETV Bharat / state

ବିପଦରେ ବନ୍ୟଜନ୍ତୁ, କୋମନାରେ ଦୁଇ ଶିକାରୀ ଗିରଫ - କୋମନା ବନ ବିଭାଗକୁ ସଫଳତା

୨୦ କେଜି ସମ୍ବର ମାଂସ ଜବତ ସହ ୨ ଅଭିଯୁକ୍ତ ଶିକାରୀଙ୍କୁ ଗିରଫ କରିଛି ନୂଆପଡା ଜିଲ୍ଲା କୋମନା ବନ ବିଭାଗ । ଅଧିକ ପଢ଼ନ୍ତୁ

୨୦ କେଜି ସମ୍ବର ମାଂସ ଜବତ
୨୦ କେଜି ସମ୍ବର ମାଂସ ଜବତ

By ETV Bharat Odisha Team

Published : Nov 22, 2023, 9:46 AM IST

୨୦ କେଜି ସମ୍ବର ମାଂସ ଜବତ

ନୂଆପଡା: ନୂଆପଡ଼ା ଜିଲ୍ଲା କୋମନା ବନ ବିଭାଗକୁ ସଫଳତା । ୨୦ କେଜି ସମ୍ବର ମାଂସ ଜବତ କରିଛି ବନ ବିଭାଗ । ମାଂସ ଚାଲାଣ ହେଉଥିବା ଗୋଟିଏ ସୁପର୍ ଏକ୍ସସଲ ଗାଡ଼ି ସହ ୨ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଦୁଇ ଅଭିଯୁକ୍ତ କୋମନା ଥାନା ଧରାଭଟା ଗାଁର ନେତୁ ଦୀପ ଓ ଜଗନ୍ନାଥପାଲି ଗାଁର କିଶୋର ସଗରିଆ ବୋଲି ଜଣାପଡିଛି । ଦୀର୍ଘ ଦିନରେ ଏମାନେ ବନ୍ୟଜନ୍ତୁଙ୍କୁ ଶିକାର କରୁଥିବା ନେଇ ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ଅଭିଯୁକ୍ତ ନେତୁ ଦୀପ ଗତକାଲି ସ୍ଥାନୀୟ ଜଙ୍ଗଲରେ ଏକ ସମ୍ବର ମାରି ମାଂସକୁ ଘରେ ରଖିଥିବା କୌଣସି ସୂତ୍ରରୁ କୋମନା ବନ ବିଭାଗ ଖବର ପାଇଥିଲା । କୋମନା ବନାଞ୍ଚଳ ଅଧିକାରୀ ଏନେଇ ଦେବଦତ୍ତ ସୁତାରଙ୍କ ନେତୃତ୍ଵରେ ଏକ ଟିମ୍‌ ଚଢାଉ ପାଇଁ ନେତୁ ଘର ଧରାଭଟାକୁ ଯାଉଥିଲା । ସେହି ସମୟରେ କୋମନା ଥାନା ଜଗନ୍ନାଥପାଲି ଗାଁର କିଶୋର ସଗରିଆ ଏକ ସୁପର ଏକ୍ସସେଲ ଗାଡ଼ିରେ ପାଖାପାଖି ୫ କେଜି ସମ୍ବର ମାଂସ ନେଉଥିବା ବେଳେ କୋମନା ଥାନା ଗେରୁଯୋର ନିକଟରେ ତାକୁ ଅଟକାଇଥିଲା ବନ ବିଭାଗ । ପଚରାଉଚରା ସମୟରେ କିଶୋର ସଗରିଆ ଧରାଭଟା ଗାଁର ନେତୁ ଦୀପଙ୍କ ବିଷୟରେ କହିଥିଲା ।

ଏହା ମଧ୍ୟ ପଢନ୍ତୁ- ଆକ୍ସନ ମୋଡରେ ବନବିଭାଗ: ଶିକାରୀ ଗିରଫ, 4 ବନ୍ଧୁକ ଜବତ

ଏନେଇ ପରେ କୋମନା ବନବିଭାଗ ଟିମ ନେତୁଙ୍କ ଘରକୁ ଯାଇ ପାଖାପାଖି ୧୫ କେଜି ସମ୍ବର ମାଂସ ଜବତ କରିବା ସହ ଅଭିଯୁକ୍ତ ନେତୁ ଦୀପଙ୍କୁ ଗିରଫ କରିଥିଲେ । ତେବେ ଦୁଇ ଅଭିଯୁକ୍ତଙ୍କଠାରୁ ପାଖାପାଖି ୨୦ କେଜି ସମ୍ବର ମାଂସ ଜବତ କରିବା ସହ ମାଂସ ଚାଲାଣ ହେଉଥିବା ସୁପର ଏକ୍ସସେଲ ଗାଡ଼ି ଓ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚାଲିଥିବା ବନାଞ୍ଚଳ ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ଚଢ଼ାଉ ସମୟରେ ଫରେଷ୍ଟର ଜୟଲାଲ ପ୍ରସାଦ ଶୁକ୍ଳା, ଫରେଷ୍ଟର ଗୋପାଲ ମହାନନ୍ଦ, ଫରେଷ୍ଟ ଗାର୍ଡ ଲକ୍ଷ୍ମୀଧର ଘିବେଲା, ଯାଜ୍ଞସେନି ଖିତି, ଅର୍ଚ୍ଚନା ସାହୁ, ଶୁଭସ୍ମିତା ମହାନ୍ତି, ଆଇପିସିଇଏ ସ୍କ୍ୱାଡ୍‌ ଜୟଦେବ ସାହୁ, ଜଗତରାମ ମାଝୀ, ବନ ସୁରକ୍ଷା କର୍ମୀ ଶାଗର ଠେଲା, ରୋସନ୍ ବନଗୋଲ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details