ନୂଆପଡ଼ା: OBC ମଞ୍ଚ ଆହ୍ବାନ କ୍ରମେ ଆଜି ନୂଆପଡା ଜିଲ୍ଲା ବ୍ୟାପୀ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ପ୍ରଭାବରେ ଖଡ଼ିଆଳ, ବୋଡେନ, ସିନାପାଲି, କୋମନା, ନୂଆପଡା ଆଦି ଅଞ୍ଚଳରେ ଗାଡ଼ି ମୋଟର ଯାନବାହାନ ଚଳାଚଳ ଠପ ଥିବାବେଳେ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି । ସ୍ଥାନେ ସ୍ଥାନେ ଆନ୍ଦୋଳନକାରୀଗଣ ପିକେଟିଂ କରି ସହର ପରିକ୍ରମା କରୁଥିବା ଦେଖାଦେଇଛି । ଭାରତ ସମ୍ବିଧାନରେ OBC ବର୍ଗର ନାଗରିକଙ୍କ ପାଇଁ ନିଯୁକ୍ତି, ଶିକ୍ଷା, ରାଜନୀତି ଓ ଅନ୍ୟାନ୍ୟ କ୍ଷେତ୍ରରେ 27% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି । ହେଲେ ଓଡ଼ିଶା ସରକାର OBC ଲୋକଙ୍କ ପ୍ରତି ଅଣଦେଖା କରୁଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ।
OBCଙ୍କୁ ଅଣଦେଖା ପ୍ରତିବାଦ, ୧୨ ଘଣ୍ଟିଆ ନୂଆପଡା ବନ୍ଦ - obc manch called for a 12 hours shutdown
OBC ମଞ୍ଚ ଆହ୍ବାନ କ୍ରମେ ଆଜି ନୂଆପଡା ଜିଲ୍ଲା ବ୍ୟାପୀ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ପ୍ରଭାବରେ ଖଡ଼ିଆଳ, ବୋଡେନ, ସିନାପାଲି, କୋମନା, ନୂଆପଡା ଆଦି ଅଞ୍ଚଳରେ ଗାଡ଼ି ମୋଟର ଯାନବାହାନ ଚଳାଚଳ ଠପ ଥିବାବେଳେ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି । ଅଧିକ ପଢନ୍ତୁ...
OBC ମଞ୍ଚ ପକ୍ଷରୁ ନୂଆପଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ
ନିକଟରେ 73ତମ ପଞ୍ଚାୟତିରାଜ ନିର୍ବାଚନ ବିଗୁଲ ବାଜିଥିବାବେଳେ, ସରପଞ୍ଚ, ସମିତିସଭ୍ୟ,ଜିଲ୍ଲା ପରିଷଦ ଆଦି ବିଭିନ୍ନ ପଦବି ପାଇଁ ଆରକ୍ଷଣ ବ୍ୟବସ୍ଥାରେ OBCକୁ ସରକାର ମୂଳପୋଛ କରିଥିବା ଅଭିଯୋଗ ହୋଇଛି । ଫଳରେ ରାଜ୍ୟସରକାରଙ୍କ ବିରୋଧରେ ଗର୍ଜିଛନ୍ତି ଆନ୍ଦୋଳନକାରୀ । ଏପଟେ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ