ଓଡିଶା

odisha

ETV Bharat / state

ପାଣି ନୁହେଁ, ଜହର ପିଉଛନ୍ତି ଝିକିଡୁଙ୍ଗରୀବାସୀ

ଫ୍ଲୋରାଇଡ ମିଶ୍ରିତ ଜହର ପିଇ ବିଗତ ୨ ବର୍ଷ ମଧ୍ୟରେ ୧୨ଜଣ ମୃତ୍ୟୁ ହୋଇଛି । ଆଉ ଅନେକ ଶଯ୍ୟାଶାୟୀ ହୋଇ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି । ହେଲେ ଏହି ଆଦିବାସୀ ଗାଁ ପ୍ରତି ସରକାରଙ୍କ ଦରଦ ନାହିଁ।

By

Published : Apr 7, 2019, 2:55 PM IST

Updated : Apr 7, 2019, 6:57 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା


ନୂଆପଡା: ହାତଗୋଡ ବଙ୍କା । ଚାଲିବାକୁ ସାହାରା ପାଲଟିଛି ଆଶାବାଡି । କେବଳ ଏହି ଜଣେ ନୁହନ୍ତି ଗାଁର ଏମିତି ଅନେକଙ୍କ ଏଭଳି ଦୟନୀୟ ଅବସ୍ଥା । ବୟସ ପୂର୍ବରୁ ମାଡି ଆସୁଛି ବାର୍ଦ୍ଧକ୍ୟ । ଏଭଳି ଦେଖିବାକୁ ମିଳିଛି ନୂଆପଡା କୋମନା ବ୍ଲକ ଆଦିବାସୀ ବହୁଳ ଝିକିଡୁଙ୍ଗରୀ ଗାଁରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଆଉ ଏମାନଙ୍କ ଏହି ଅବସ୍ଥା ପାଇଁ ଦାଉ ସାଜିଛି ଫ୍ଲୋରାଇଡ଼ ପାଣି। ଫ୍ଲୋରାଇଡ ମିଶ୍ରିତ ଜହର ପିଇ ବିଗତ ୨ ବର୍ଷ ମଧ୍ୟରେ ୧୨ ଜଣ ମୃତ୍ୟୁ ହୋଇଛି । ଆଉ ଅନେକ ଶଯ୍ୟାଶାୟୀ ହୋଇ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି । ହେଲେ ଏହି ଆଦିବାସୀ ଗାଁ ପ୍ରତି ସରକାରଙ୍କ ଦରଦ ନାହିଁ ।

କେବଳ ବିଶୁଦ୍ଧ ପାଣି ସମସ୍ୟା ନୁହେଁ, ନିଜ ମୌଳିକ ଅଧିକାରଠୁ ମଧ୍ୟ ବହୁ ଦୂରରେ ଏମାନେ । ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଗାଁରେ ପ୍ରାଥମିକ ଶିକ୍ଷା ପାଇଁ ବିଦ୍ୟାଳୟ ନାହିଁ କି ଗମନାଗମନ ପାଇଁ ଭଲ ରାସ୍ତା ନାହିଁ । ବହୁବର୍ଷ ଆଗରୁ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୋଟିଏ ନଳକୂପ ଖନନ କରାଯାଇଥିଲେ ମଧ୍ୟ ଏବେ ଏଥିରୁ ବାହାରୁଛି ଜହର ପାଣି । ଆଉ କିଛି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଫ୍ଲୋରାଇଡ଼ ମିଶ୍ରିତ ବିଷପାଣି ପିଉଛନ୍ତି ନିରୀହ ଆଦିବାସୀ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Apr 7, 2019, 6:57 PM IST

ABOUT THE AUTHOR

...view details