ଓଡିଶା

odisha

ETV Bharat / state

ନୂଆପଡ଼ାରେ ଘଣ୍ଟିକିଆ ବନ୍ଦ ପାଳନ, ବିଭିନ୍ନ ଦାବି ନେଇ ବିକ୍ଷୋଭ - ନୂଆପଡ଼ା ଖବର

ନୂଆପଡ଼ାରେ ଘଣ୍ଟିକିଆ ବନ୍ଦ ପାଳନ । ବିଭିନ୍ନ ଦାବି ନେଇ ଆଜି ନୂଆପଡା ଜିଲ୍ଲା ବ୍ୟାପୀ ଘଣ୍ଟିକିଆ ବନ୍ଦ ପାଳନ କରାଯାଇଥିଲା । ଏନେଇ ସମାଜବାଦୀ ପାର୍ଟି ନେତା, କର୍ମୀ ସମସ୍ତେ ଏକାଠି ହୋଇ ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ବୋଡେନ ଛକ ଠାରେ ବିଭିନ୍ନ ସ୍ଲୋଗାନ ଦେଇ ହାତରେ ପ୍ଲାକାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଧିକ ପଢ଼ନ୍ତୁ

ବିଭିନ୍ନ ଦାବି ନେଇ ନୂଆପଡ଼ାରେ ଘଣ୍ଟିକିଆ ବନ୍ଦ ପାଳନ
ବିଭିନ୍ନ ଦାବି ନେଇ ନୂଆପଡ଼ାରେ ଘଣ୍ଟିକିଆ ବନ୍ଦ ପାଳନ

By

Published : Dec 15, 2022, 10:40 PM IST

ବିଭିନ୍ନ ଦାବି ନେଇ ନୂଆପଡ଼ାରେ ଘଣ୍ଟିକିଆ ବନ୍ଦ ପାଳନ

ନୂଆପଡା : ନୂଆପଡ଼ାରେ ଘଣ୍ଟିକିଆ ବନ୍ଦ ପାଳନ । ବିଭିନ୍ନ ଦାବି ନେଇ ଆଜି ନୂଆପଡା ଜିଲ୍ଲା ବ୍ୟାପୀ ଘଣ୍ଟିକିଆ ବନ୍ଦ ପାଳନ କରାଯାଇଥିଲା । ଏନେଇ ସମାଜବାଦୀ ପାର୍ଟି ନେତା, କର୍ମୀ ସମସ୍ତେ ଏକାଠି ହୋଇ ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ବୋଡେନ ଛକ ଠାରେ ବିଭିନ୍ନ ସ୍ଲୋଗାନ ଦେଇ ହାତରେ ପ୍ଲାକାର୍ଡ଼ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା ସମାଜବାଦୀ ପାର୍ଟି ତଥା ସାଧାରଣ ସମ୍ପାଦକ ଗଙ୍ଗାଧର ବନିଛୋରଙ୍କ ଦୃଢ ନେତୃତ୍ୟ ବଳରେ ଏହି ବନ୍ଦ ପାଳନ କରାଯାଇଥିଲା ।

ସୂଚନାନୁସାରେ ଦୀର୍ଘଦିନ ହେବ ଅତ୍ୟାବଶ୍ୟକୀୟ ସାମଗ୍ରୀରେ ଦର ଲଗାମଛଡ଼ା ଭାବେ ବଢ଼ି ଚାଲିଛି । ତେଣୁ ଏଥିରେ ରାେକ ଲଗାଇବା ପାଇଁ ଆଜି ନୂଆପଡା ଜିଲ୍ଲା ବ୍ୟାପୀ ଘଣ୍ଟିକିଆ ବନ୍ଦ ପାଳନ କରାଯାଇଥିଲା । ଏହି ବନ୍ଦ ପାଳଲରେ ପେଟ୍ରୋଲ ଡିଜେଲ ଦର ପ୍ରତ୍ୟାହାର କରିବା, ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀ ଦରଦାମ ପ୍ରତ୍ୟାହାର କରିବା, ଧାନ ମଣ୍ଡିରେ କଟନୀ ଛଟନୀ ବନ୍ଦ କରିବା, ଖଡ଼ିଆଳ ସହରକୁ ତୁରନ୍ତ ଉପଖଣ୍ଡ ମାନ୍ୟତା, ଗୋଧସ ଜଳ ପ୍ରପାତକୁ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦିଆଯାଉ ଭଳି ୯ଦଫା ଦାବି ପୂରଣ ନେଇ ଖଡ଼ିଆଳ ବନ୍ଦ ଡାକରା ଦିଆଯାଇଥିଲା ।

ଏହି ବନ୍ଦ ଡାକରାରେ ଜିଲ୍ଲାର ୩୫୩ ଜାତୀୟ ରାଜପଥ ବୋଡେନ ଛକ ଠାରେ ଯାତାୟତରେ ସମସ୍ୟା ଉପୁଜିଥିଲା । ଫଳରେ କିଛି ସମୟ ପାଇଁ ଯାନବାହନ ଗାଡି ମୋଟର ଚଳାଚଳ ବନ୍ଦ ରହିଥିଲା । ତେବେ କାଳେ କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ଖଡ଼ିଆଳ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details