ଓଡିଶା

odisha

ETV Bharat / state

୩ ଲକ୍ଷ ଧାନ ଓ ୩ ହଜାର ମୁଗରେ ଝଟକୁଛନ୍ତି ତିନି ଠାକୁର - ଚତୁର୍ଦ୍ଧାମୂର୍ତ୍ତିଙ୍କ ବିରଳ କୃତି

ନୟାଗଡ଼ରେ ୩ ଲକ୍ଷ ଧାନ ଓ ୩ ହଜାର ମୁଗରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିରଳ କୃତି କରିଛନ୍ତି ନୟାଗଡ଼ ଜିଲ୍ଲାର ଅବଦିତ ସାହୁ । ଅଧିକ ପଢ଼ନ୍ତୁ...

youth of nayagarh, lord jagannath balabhadra and subhadra idol, jagannath idol with paddy,   3 lakh and 3 thousand moong, abadita sahu,  ଧାନ ଓ ମୁଗରେ ଜଗନ୍ନାଥ, ଧାନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିକୃତି, ୩ ଲକ୍ଷ ଧାନ ଓ ୩ ହଜାର ମୁଗ, ଚତୁର୍ଦ୍ଧାମୂର୍ତ୍ତିଙ୍କ ବିରଳ କୃତି, ଅବଦିତ ସାହୁ
୩ ଲକ୍ଷ ଧାନ ଓ ୩ ହଜାର ମୁଗରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିକୃତି

By

Published : Jul 6, 2021, 8:58 PM IST

ନୟାଗଡ଼: ଜଗନ୍ନାଥଙ୍କ ପ୍ରେମରେ ବିଭୋର ୨୨ ବର୍ଷୀୟ ଯୁବକ । ୩ ଲକ୍ଷ ଧାନ ଓ ୩ ହଜାର ମୁଗରେ ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ତଥା ସୁଦର୍ଶନଙ୍କର ଚତୁର୍ଦ୍ଧା ବିଗ୍ରହ ନିର୍ମାଣ କରି ସୃଷ୍ଟି କରିଛନ୍ତି ଅନନ୍ୟ ନିଦର୍ଶନ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ତ୍ରିନାଥ ବଜାରର ଅବଦିତ ସାହୁ ପ୍ରାୟ ଚାରି ମାସ ଧରି 3 ଲକ୍ଷ ଶୁକ୍ଳ ଧାନ ଓ 3ହଜାର ମୁଗରେ ସୃଷ୍ଟି କରିଛନ୍ତି ଏହି ବିରଳ କଳାକୃତି ।

୩ ଲକ୍ଷ ଧାନ ଓ ୩ ହଜାର ମୁଗରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିକୃତି

ପିଲାବେଳୁ ଖୁବ ଈଶ୍ବର ବିଶ୍ବାସୀ ଅବଦିତ ନିଜ ଅବସର ବେଳେ ନିରୋଳାରେ ବସି ପ୍ରଭୁ ଜଗନ୍ନାଥଙ୍କ ଅନେକ ସୁନ୍ଦର ସୁନ୍ଦର କଳାକୃତି ଆଙ୍କନ୍ତି । ପିଲାବେଳୁ ରଙ୍ଗତୂଳୀ ଓ ମାଟିରେ ଜଗନ୍ନାଥଙ୍କର ସୁନ୍ଦର ସୁନ୍ଦର ମୂର୍ତ୍ତି ନିର୍ମାଣ କରୁଥିବା ଅବଦିତ ଗତ ଲକଡାଉନ ବେଳେ ଧାନ ଓ ମୁଗ ସାହାଯ୍ୟରେ ୩ ଠାକୁରଙ୍କର ଏଭଳି ବିରଳ କଳାକୃତି ନିର୍ମାଣ ପାଇଁ ମନସ୍ଥ କରିଥିଲେ l ଏଥି ପାଇଁ ପ୍ରଥମେ କିଛି ସୋଲ, ଅଠା, ଅରୁଆ ଧାନ ଓ ମୁଗ ସାହାଯ୍ୟରେ ଆରମ୍ଭ କରିଥିବା ଚତୁର୍ଦ୍ଧା ବିଗ୍ରହଙ୍କ ମୂର୍ତ୍ତିକୁ ସେ ଚଳିତ ଦେବସ୍ନାନ ପୂର୍ଣ୍ଣିମାରେ ଶେଷ କରିଛନ୍ତି l ତେବେ ଜଗନାଥଙ୍କ ପ୍ରତି ଏଭଳି ପ୍ରଗାଢ଼ ଭକ୍ତି ଓ ନିଆରା କଳାକୃତି ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳରୁ ବେଶ ପ୍ରଶଂସା ପାଇଛନ୍ତି ଅବଦିତ ।

୩ ଲକ୍ଷ ଧାନ ଓ ମୁଗରେ ଅବଦିତ ପ୍ରସ୍ତୁତ କରିଥିବା ୩ ଠାକୁରଙ୍କ ଏହି ବିରଳ ମୂର୍ତ୍ତି ଯେତିକି ଆକର୍ଷଣୀୟ ସେତିକି ଚର୍ଚ୍ଚାର ବିଷୟ ମଧ୍ୟ l ଆଉ ସବୁଠୁ ବଡ଼ କଥା ହେଲା ଯୁବପିଢ଼ିଙ୍କ ମନରେ ଅବଦିତଙ୍କ ଏହି ପ୍ରୟାସ ଯେ ଈଶ୍ବର ବିଶ୍ବାସର ଅଙ୍କୁରରୋପଣ କରିବ ଏହା ନିଃସନ୍ଦେହ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details