ଓଡିଶା

odisha

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ସିଦ୍ଧାମୂଳା ପଞ୍ଚାୟତର ଦୁଆର ଗାଁରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

By

Published : Oct 21, 2022, 2:25 PM IST

Published : Oct 21, 2022, 2:25 PM IST

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନୟାଗଡ:ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ସିଦ୍ଧାମୂଳା ପଞ୍ଚାୟତର ଦୁଆର ଗାଁରେ ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତ ଯୁବତୀ ଜଣକ ସେହି ଗ୍ରାମର ରୁବି ନାୟକ (୨୪) ବୋଲି ଜଣାପଡିଛି । ଅନ୍ୟପଟେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୂଚନା ଅନୁଯାୟୀ, ଗାଁ ନିକଟରେ ଏକ ଗଛରେ ଯୁବତୀଙ୍କ ମୃତ ଦେହ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇ ଘଟଣା ସ୍ଥଳରେ ଖଣ୍ଡପଡା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଉଦ୍ଧାରବେଳେ ଯୁବତୀଙ୍କ ବେକରେ ଦାଗ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଛନ୍ତି l ଏହାକୁ ନେଇ ଯୁବତୀଙ୍କ ମାଆ କଲ୍ୟାଣୀ ନାୟକ ଜଣେ ଯୁବକଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି l ସେ ତାଙ୍କ ଝିଅଙ୍କୁ ହତ୍ୟା କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି l

ରୁବିଙ୍କର ଉକ୍ତ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା l ପ୍ରେମକୁ ସାମାଜିକ ସ୍ବୀକୃତି ସ୍ବରୂପ ବିବାହ ପାଇଁ ଜିଦ୍‌ କରିବାରୁ ରୁବିଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଛି l ବାସ୍ତବରେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ତଦନ୍ତ କରୁଛି ପୋଲିସ l ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖିଛି ଖଣ୍ଡପଡା ପୋଲିସ l ସାଇଣ୍ଟିଫିକ ଟିମ ଘଟଣା ସ୍ଥଳ ତଦନ୍ତ କରି ଫେରିଛନ୍ତି l ତେବେ ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ପୋଲିସର ତଦନ୍ତ ଆଗକୁ ବଢିବ ବୋଲି ସୂଚନା ମିଳିଛି l

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details