ନୟାଗଡ:ନିମ୍ନମାନର ରାସ୍ତା କାମ ପାଇଁ ତେଜୁଛି ଅସନ୍ତୋଷ । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତାକୁ ମାସେ ଦୁଇମାସ ନପୂରୁଣୁ ପରସ୍ତ ପରସ୍ତ ହୋଇ ପିଚୁ ଉଠିଯାଉଛି । ରାସ୍ତାକାମ ସମୟରେ ଘଟଣାସ୍ଥଳକୁ ଆସି ସ୍ଥିତି ପରଖୁ ନାହାଁନ୍ତି ବିଭାଗୀୟ ଅଧିକାରୀ । ଏପରିକି କାର୍ଯ୍ୟାଳୟକୁ ନ ଆସି ଭୁବେନେଶ୍ୱରରେ ରହୁଛନ୍ତି ଅଧିକାରୀ । ଏଣେ ଠିକାଦାରର ମନମାନିରେ ହେଉଛି କୋଟି କୋଟି ଟଙ୍କାର ରାସ୍ତା କାମ । ଆଉ ଠିକାଦାରଙ୍କ ମନମାନିରେ ଚାଲୁଛି ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା କାମ ।
ଦଶପଲ୍ଲା ଓ ନୂଆଗାଁ ସବ-ଡିଭିଜନରେ ବିନା ଛୁଟି ଦିନରେ ମଧ୍ୟ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟାଳୟକୁ ନଆସି ଭୁବନେଶ୍ୱରରେ ରହି ଛୁଟି କାଟୁଛନ୍ତି । ଏଣେ ଠିକାଦାରର ମନମାନିରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିମ୍ନ ମାନର କାମ ହେଉଥିବା ବେଳେ ଠିକାଦାର-ଯନ୍ତ୍ରୀ ମଧୁଚନ୍ଦ୍ରିକାରେ ବିନା କୌଣସି ଫିଲଡ ଭେରିଫିକେସନରେ ବି ନିମ୍ନମାନର କାମକୁ କ୍ଲିନଚିଟ ଦେଉଛନ୍ତି ବିଭାଗୀୟ ଅଧିକାରୀ ।