ନୟାଗଡ଼: ମାତିଛନ୍ତି କାଠ ମାଫିଆ । ଥୁଣ୍ଟା ହେଉଛି ଜଙ୍ଗଲ । ବନ ବିଭାଗର ଆଖି ଆଢୁଆଳରେ ଲୁଟ୍ ହେଉଛି ଜଙ୍ଗଲ । ଶାଳ ଶାଗୁଆନ ଭଳି ମୂଲ୍ୟବାନ କାଠ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଅଧିନରେ ଥିବା ଗୁମି ବିଟ ଅନ୍ତର୍ଗତ ଲୁଣି ଜଙ୍ଗଲରୁ ବିପୁଳ ପରିମାଣର ଶାଳ କାଠ ରାତି ଅଧିଆ ମାଫିଆମାନେ କାଟି ନେଉଥିବା ଅଭିଯୋଗ ହୋଇଛି ।
ଗୁମି ବିଟରେ ବନ ବିଭାଗ କର୍ମଚାରୀ ଥିଲେ ମଧ୍ୟ ଜଙ୍ଗଲରୁ ଟ୍ରିପ ଟ୍ରିପ କାଠ ଚୋରି ହେଉଥିବା ଅଭିଯୋଗ ହୋଇଛି । ବଡ଼ ବଡ଼ ଶାଳ ଗଛ ଥୁଣ୍ଟା ହେବାକୁ ବସିଲାଣି । ଜଙ୍ଗଲ ସଫା ହେବାକୁ ବସିଲାଣି କିନ୍ତୁ କାର୍ଯ୍ୟରତ ବନ ଅଧିକାରୀଙ୍କ କୌଣସି ଦେଖାନାହିଁ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସ୍ଥାନୀୟ ଜଙ୍ଗଲ ସୁରକ୍ଷାରେ କାର୍ଯ୍ୟରତ ବନ ବିଭାଗ କର୍ମଚାରୀ ଏଠାକୁ କୌଣସି ଦିନ ଆସନ୍ତି ନାହିଁ । ଯାହା ଫଳରେ କାଠ ମାଫିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଏପରିକି ଦିନ ବେଳେ ମଧ୍ୟ ଜଙ୍ଗଲରୁ ଶାଳ ଗଛ ଲୁଟ୍ ହେଉଛି । ଏପଟେ ଚୋରାଚାଲାଣକୁ ରୋକି ପାରୁନି ବନ ବିଭାଗ ।
ଏହା ମଧ୍ୟ ପଢ଼ନ୍ତୁ:ବିଦ୍ୟୁତ ବିଭ୍ରାଟ ନେଇ ତାତିଲେ ଗ୍ରାମବାସୀ, ଯନ୍ତ୍ରୀଙ୍କୁ ବାହାରୁ ତାଲା ପକାଇ ବିକ୍ଷୋଭ