ପ୍ରଥମ ପର୍ଯ୍ୟାୟରେ ପୁରୀ ରଥ ଯାତ୍ରା ପାଇଁ ଦଶପଲ୍ଲା ବନାଞ୍ଚଳରୁ ଏହି ରଥ କାଠ ଯାଇଛି । ଏଥିରେ 57 ଖଣ୍ଡ ଅସନ ଓ 33 ଖଣ୍ଡ ଧଉର। କାଠ ରହିଛି । 3ଟି ସ୍ବତନ୍ତ୍ର ଟ୍ରକରେ ଏହି କାଠ ପୁରୀ ପଠାଯାଇଛି ।
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ରଥ କାଠ - Car festival in Puri
ପ୍ରଥମ ପର୍ଯ୍ୟାୟରେ ପୁରୀ ରଥ ଯାତ୍ରା ପାଇଁ ଦଶପଲ୍ଲା ବନାଞ୍ଚଳରୁ ଏହି ରଥ କାଠ ଯାଇଛି । ଏଥିରେ 57 ଖଣ୍ଡ ଅସନ ଓ 33 ଖଣ୍ଡ ଧଉର। କାଠ ରହିଛି । 3ଟି ସ୍ବତନ୍ତ୍ର ଟ୍ରକରେ ଏହି କାଠ ପୁରୀ ପଠାଯାଇଛି ।
![ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ରଥ କାଠ](https://etvbharatimages.akamaized.net/etvbharat/images/768-512-2344382-646-4c8c9703-d4ca-4bd9-98c0-d61542bcc921.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ
ପ୍ରଥମ ରଥ କାଠ ଏଠାରୁ ଯାଉଥିବାରୁ ଦଶପଲ୍ଲା ଅଞ୍ଚଳରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା । ବିଭିନ୍ନ କ୍ଲବ ଓ ଅନୁଷ୍ଠାନ ପକ୍ଷରୁ ମହାବୀର ମନ୍ଦିର ଠାରେ ସ୍ବତନ୍ତ୍ର ପୂଜା କରାଯାଇ ପୁରୀ ପାଇଁ କାଠ ପଠାଯାଇଥିଲା । ଏଥିପାଇଁ ଦଶପଲ୍ଲା ବନଖଣ୍ଡ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ