ଓଡିଶା

odisha

By

Published : Apr 12, 2022, 3:56 PM IST

ETV Bharat / state

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ କାଠ ସଂଗ୍ରହ

ଓଡ଼ଗାଁ ବନାଞ୍ଚଳ ବାହାଡ଼ଝୋଲା ସେକ୍ସନର କୁରୁମବାଙ୍କତରା ଗ୍ରାମରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ସଂଗ୍ରହ କରାଯାଇଛି । ଗ୍ରାମର ରାଜ ବଂଶଧର କ୍ବିଶ୍ବର ଚନ୍ଦ୍ର ସିଂହସାମନ୍ତଙ୍କ ପୈତୃକଜାଗାରେ ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ ୪ଟି ଫାଶୀ ଗଛକୁ କଟା ଯାଇଛି । ଅଧିକ ପଢ଼ନ୍ତୁ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ କାଠ ସଂଗ୍ରହ
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ କାଠ ସଂଗ୍ରହ

ନୟାଗଡ଼:ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ବନାଞ୍ଚଳ ବାହାଡ଼ଝୋଲା ସେକ୍ସନର କୁରୁମବାଙ୍କତରା ଗ୍ରାମରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ସଂଗ୍ରହ କରାଯାଇଛି । ଗ୍ରାମର ରାଜ ବଂଶଧର କ୍ବିଶ୍ବର ଚନ୍ଦ୍ର ସିଂହସାମନ୍ତଙ୍କ ପୈତୃକଜାଗାରେ ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ ୪ଟି ଫାଶୀ ଗଛକୁ କଟା ଯାଇଛି । ଗତ କିଛିବର୍ଷ ପୂର୍ବେ ସ୍ବର୍ଗତ ଲକ୍ଷ୍ମଣ ସିଂହସାମନ୍ତ ନିଜ ପରିବାର ସହ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଯାଇଥିଲେ ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ କାଠ ସଂଗ୍ରହ

ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରର ଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ଅଭିମୁଖେ ଯିବା ସମୟରେ ରାସ୍ତାରେ ମହାରାଜ ଗଜପତି ଦିବ୍ୟ ସିଂହ ଦେବ ନିଜର ରାଜବଂଶଧର ମାନଙ୍କୁ ଦେଖି କୋଳେଇ ନେଇଥିଲେ । ତାସହ ଲକ୍ଷ୍ମଣ ସିଂହସାମନ୍ତଙ୍କ ମୁଣ୍ଡରେ ହାତ ରଖି କହିଥିଲେ "ତୁମେ ବଡ଼ ଭାଗ୍ୟବାନ, ତୁମକୁ ଖୁବଶୀଘ୍ର ପ୍ରଭୁଙ୍କ ସେବା କରିବାକୁ ସୁଯୋଗ ମିଳିବ" । ଏହାକୁ ନେଇ ରାଜବଂଶ ଦାୟଦ କିଶ୍ବର ଚନ୍ଦ୍ର ସିଂହସାମନ୍ତ ସୂଚନା ଦେଇଛନ୍ତି ।

ମହାରାଜ ଗଜପତି ଦିବ୍ୟସିଂହ ଦେବଙ୍କ କଥାକୁ ମନେ ପକାଇ ତାଙ୍କୁ ଧନ୍ୟବାଦ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି । ରଥ ନିର୍ମାଣ ପାଇଁ ନିଜ ଜମିରୁ କାଠ ପ୍ରଦାନ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରିଛନ୍ତି । ଏପଟେ ବାହାଡାଝୋଲା ସେକ୍ସନରେ ଫରେଷ୍ଟର ସନାତନ ସ୍ୱାଇଁ ଯୋଗ ଦେବା ପରେ ଦୁଇଥର ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ କାଠ ପ୍ରଦାନ କରାଯାଇଛି । ସେପଟେ ନୟାଗଡ଼ରୁ ବିଭିନ୍ନ ସ୍ଥାନରୁ ଲଗାତାର ଭାବେ ରଥଯାତ୍ରା ପାଇଁ କାଠ ସଂଗ୍ରହ ଚାଲିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details