ଓଡିଶା

odisha

ETV Bharat / state

କୋଭିଡ୍ ମୃତ୍ୟୁ ସଂଖ୍ୟା ସତ-ମିଛ, ଖୁବଶୀଘ୍ର ହେବ ଅଡିଟ: ଜିଲ୍ଲାପାଳ - cavid death number issue in nayagarh

ନୟାଗଡରେ କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଉଭୟ ବିଜେପି ଏବଂ କଂଗ୍ରେସ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ । କୋଭିଡ଼ି ମୃତ୍ୟୁ ସଂଖ୍ୟାରେ ତାଳମେଳ ରହୁନଥିବା ଘଟଣା ଉପରେ ନୟାଗଡ଼ ଜିଲ୍ଳାପାଳ ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ...

କୋଭିଡ଼ ମୃତ୍ୟୁ ସଂଖ୍ୟା ଉପରେ ଖୁବଶୀଘ୍ର ଅଡିଟ ହେବ: ଜିଲ୍ଲାପାଳ
କୋଭିଡ଼ ମୃତ୍ୟୁ ସଂଖ୍ୟା ଉପରେ ଖୁବଶୀଘ୍ର ଅଡିଟ ହେବ: ଜିଲ୍ଲାପାଳ

By

Published : Jun 11, 2021, 8:29 PM IST

ନୟାଗଡ: ଗତକାଲି (ଗୁରୁବାର) ନୟାଗଡରେ କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଉଭୟ ବିଜେପି ଏବଂ କଂଗ୍ରେସ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ । କୋଭିଡ଼ି ମୃତ୍ୟୁ ସଂଖ୍ୟାରେ ତାଳମେଳ ରହୁନଥିବା ଘଟଣା ଉପରେ ନୟାଗଡ଼ ଜିଲ୍ଳାପାଳ ମୁହଁ ଖୋଲିଛନ୍ତି । କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୋଟ ମୃତ୍ୟୁ ସଂଖ୍ୟା ଅଡିଟ କରାଯାଇ ନାହିଁ । ଖୁବଶୀଘ୍ର କୋଭିଡ଼ ମୃତ୍ୟୁ ସଂଖ୍ୟା ଅଡିଟ କରାଯାଇ ରାଜ୍ୟ ସରକାରଙ୍କୁ ଦିଆଯିବ ।

କୋଭିଡ଼ ମୃତ୍ୟୁ ସଂଖ୍ୟା ଉପରେ ଖୁବଶୀଘ୍ର ଅଡିଟ ହେବ: ଜିଲ୍ଲାପାଳ

ଅଡିଟ କରାଯିବା ପରେ ରାଜ୍ୟ ସରକାର କୋଭିଡ଼ ମୃତ୍ୟୁ ସଂଖ୍ୟା ଘୋଷଣା କରିବେ ବୋଲି ଜିଲ୍ଲାପାଳ ଡଃ ପୋମା ଟୁଡୁ ଆଜି (ଶୁକ୍ରବାର) ଗଣମାଧ୍ୟମକୁ ଏଭଳି କହିଛନ୍ତି । ରାଜ୍ୟ ସରକାରଙ୍କୁ କୋଭିଡ଼ ମୃତ୍ୟୁ ସଂଖ୍ୟା ଅଡିଟ କରାଯାଇ 9 ଜଣଙ୍କ ନାମ ଦିଆଯାଇଥିବା କହିଛନ୍ତି । ସିଡ଼ିଏମଓ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପାଖେ ଥିବା କୋଭିଡ଼ ମୃତ୍ୟୁ ସଂଖ୍ୟା କରୋନା ସମୟରେ ମୋଟ ମୃତ୍ୟୁବରଣ କରିଥିବା ସଂଖ୍ୟା ବୋଲି ଜିଲ୍ଲପାଳ କହିଛନ୍ତି l


ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details