ଓଡିଶା

odisha

ETV Bharat / state

ଉଦଘାଟନକୁ 3 ବର୍ଷ ପୂରିଲା, ତିନି ଦିନ କାମ କଲାନି 37 ଲକ୍ଷର ପ୍ରକଳ୍ପ - ନୟାଗଡ

ଖରାଦିନେ ପାଣି ପାଇଁ ଲୋକେ ହନ୍ତସନ୍ତ ଆଉ ଏଭଳି ସମୟରେ ପ୍ରଶାସନର ଅଣଦେଖା, ସମସ୍ୟାକୁ ଆହୁରୀ ବଢାଇଦେଇଛି । ଅଧିକ ପଢନ୍ତୁ...

ଉଦଘାଟନକୁ 3 ବର୍ଷ ପୂରିଲା, ତିନି ଦିନ କାମ କଲାନି 37 ଲକ୍ଷର ପ୍ରକଳ୍ପ
ଉଦଘାଟନକୁ 3 ବର୍ଷ ପୂରିଲା, ତିନି ଦିନ କାମ କଲାନି 37 ଲକ୍ଷର ପ୍ରକଳ୍ପ

By

Published : Jun 12, 2021, 1:57 PM IST

ନୟାଗଡ: ଉଦଘାଟନକୁ ବିତିଲା 3 ବର୍ଷ ହେଲେ 3 ଦିନ ବି ଲୋକଙ୍କ କାମରେ ଲାଗିଲାନି 37 ଲକ୍ଷର ପ୍ରକଳ୍ପ । ଖରାଦିନେ ପାଣି ପାଇଁ ଲୋକେ ହନ୍ତସନ୍ତ ଆଉ ଏଭଳି ସମୟରେ ପ୍ରଶାସନର ଅଣଦେଖା, ସମସ୍ୟାକୁ ଆହୁରୀ ବଢାଇଦେଇଛି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କଲା ପ୍ରଶାସନ, ଆଶା ଥିଲା ଆଉ ଗ୍ରାମରେ ପାଣି ସମସ୍ୟା ରହିବନି । ପ୍ରକଳ୍ପ ନିର୍ମାଣ ହୋଇ ଉଦଘାଟିତ ମଧ୍ୟ ହେଲା ମାତ୍ର ଲୋକଙ୍କ ପାଖରେ ପାଣି ପହଞ୍ଚି ପାରିଲାଣି । ଏ ଦୃଶ୍ୟ ହେଉଛି ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିନୋଦପଡା ଗାଁର । ପାଣି ଟାଙ୍କିରେ ଫାଟ ସୃଷ୍ଟି ହେଲାଣି, ତଥାପି ହାତରେ ହାତ ବାନ୍ଧି ବସିଛି ପ୍ରଶାସନ ।

ଉଦଘାଟନକୁ 3 ବର୍ଷ ପୂରିଲା, ତିନି ଦିନ କାମ କଲାନି 37 ଲକ୍ଷର ପ୍ରକଳ୍ପ
2017 ମସିହାରେ ବିନୋଦପଡ଼ା ଗାଁରେ ପ୍ରକଳ୍ପର ଶୁଭ ଉଦଘାଟନ ହୋଇଥିଲା । ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଦ୍ବାରା ଏହି ପ୍ରକଳ୍ପ ଉଦଘାଟିତ ହୋଇଥିଲା । କିନ୍ତୁ ପ୍ରକଳ୍ପର ଏଭଳି ସ୍ଥିତି ହେଲାଣି ଯେ, କେତେବେଳେ ଭୁଶୁଡି ପଡିବ କହିହେବ ନାହିଁ । ଟାଙ୍କିରେ ସିମେଣ୍ଟ ଖସି ଫାଟ ସୃଷ୍ଟି ହେଲାଣି । ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେବି ଏ ଯାଏ କୌଣସି ସୁଫଳ ମିଳିପାରିନାହିଁ । ସେପଟେ ମାଇନର୍ ରିପାରିଙ୍ଗ କରି ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ନୟାଗଡ଼ ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ।ରାଜ୍ୟରେ ବିକାଶ ନାଁ ରେ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି ମାତ୍ର ଗ୍ରାଉଣ୍ଡ ସ୍ତରରେ ବିକାଶର ଅସଲ ଚିତ୍ର ନଜର ଆସୁଛି । ତେଣୁ କିଛି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପ୍ରକଳ୍ପକୁ ସଚଳ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details